ଆସନ୍ତାକାଲି ଓଡ଼ିଶା ବନ୍ଦକୁ ସମର୍ଥନ କରିବନି ବିଜେଡି । ଅଧ ଘଣ୍ଟାରେ ମତ ବଦଳାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏନେଇ ପ୍ରମିଳା କହିଛନ୍ତି ଯେ, ଆମେ କାଲି ବନ୍ଦକୁ ସମର୍ଥନ କରିବୁ ନାହିଁ । ଯିଏ ବନ୍ଦ ଡାକରା ଦେଇଛନ୍ତି ସେ କ’ଣ ଆମକୁ ପଚାରିଥିଲେ ? ଆମେ କେବଳ SIR ଓ ଜ୍ଞାନେଶ୍ କୁମାରଙ୍କ ପ୍ରସଙ୍ଗରେ ସମର୍ଥନ କରିଛୁ । BJD କୌଣସି ମେଣ୍ଟରେ ନାହିଁ । ଆମେ ସମଦୂରତା ନୀତି ପାଳନ କରୁଛୁ । କିଛି ସମୟ ପୂର୍ବରୁ ନବୀନ ନିବାସରୁ ଫେରି ବନ୍ଦକୁ ସମର୍ଥନ କଥା କହିଥିଲେ ପ୍ରମିଳା । ଏପରିକି ଇଣ୍ଡି ମେଣ୍ଟରେ ଅଛୁ ବୋଲି ମଧ୍ୟ କହିଥିଲେ ପ୍ରମିଳା ।
ଓଡ଼ିଶା ବନ୍ଦକୁ ସମର୍ଥନ ଦେବନି ବିଜେଡି, ଅଧ ଘଣ୍ଟାରେ ମତ ବଦଳାଇଲେ ପ୍ରମିଳା ମଲ୍ଲିକ





