କଳାହାଣ୍ଡି, ୦୨/୧୧ କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକରେ ଗତକାଲି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗତକାଲି ମାନ୍ୟବର ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ନେତୃତ୍ୱରେ ଏକ ଜନ ସମ୍ପର୍କ ପଦଯାତ୍ରା କୋକସରା କଲେଜ ଛକ ଠାରୁ ବାହାରି,ଧIନମଣ୍ଡି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା I ଏହି ପଦଯାତ୍ରା ସଭାରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ ଦିଶାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଡବଲ ଇଞ୍ଜିନ ସରକାର ଆସି ଆଜି ଓଡିଶାକୁ ଖାଇ ଗଲା ବିଜେପି ଅପIରକାତା ସରକାର କହି ସଭାର ଗର୍ଜନ କରିଥିଲେ I ଅନ୍ୟତମ ଅତିଥି ଭାବରେ ପୂର୍ବତନ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ମୌସଧି ବାଗ, କଳାହାଣ୍ଡି ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସାବିତ ପ୍ରଧାନ,ପୂର୍ବତନ ନଗରପାଳିକା ସଂଯୁକ୍ତା ବେହେରା, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମIହାନ୍ତି,ବରିଷ୍ଠ ନାରୀନେତ୍ରୀ କଲ୍ୟାଣୀ ନାଏକ,ବିଜେଡିର ଜିଲ୍ଲା ଉପସଭାପତି ଅବିନାଶ ଠାକୁର,ବରିଷ୍ଠ ରାଜ୍ୟ ଉପସଭାପତି ମଣ୍ଟୁ ନାଏକ,ରାଜ୍ୟ ଯୁବ ଉପସଭାପତି ମନୀନ୍ଦ୍ର ମହାନ୍ତି,ଜିଲ୍ଲା ବିଜେଡି ଉପସଭାପତି ଧର୍ମେନ୍ଦ୍ର ନାଏକ,ତ୍ରିଲୋଚନ ପାଣିଗ୍ରାହୀ,ଜିଲ୍ଲା ବିଜେଡି ଉପ ସଭାନେତ୍ରୀ ସବିତା ନାଏକ,ଜିଲ୍ଲା ବିଜେଡି ସମ୍ପାଦକ ଈସୁଫ ଖାନ,ନିବାସ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ଡବଲ ଇଞ୍ଜିନ ସରକାରର ବିଫଳତା ଉପରେ ନିଜର ମନ୍ତବ୍ୟ ମାନ ପ୍ରଦାନ କରିଥିଲେ I ଓଡ଼ିଆ ଅସ୍ମିତା କହି ଆସିଛି ଆଜି କିନ୍ତୁ କୌଣସି ରାସ୍ତା ଘାଟ ଉପରେ ମାଟି ମୁଠାଏ ପକେଇ ପାରୁନି I ଏହି ସରକାର ଖାଲି କଲର ମାରି ଚାଲିଛି ଖାଲି ବଡ-ବଡ଼ କଥା କହି ଭାଷଣ ଦେବାର ଜାଣିଛି ଆଜି ପିଆଜ କିଲୋ ୬୦ ଟଙ୍କା,ଚିନି କିଲୋ ୬୦ ଟଙ୍କା ଅନ୍ୟ ସମସ୍ତ ଜିନିଷର ଦରଦାମ ହୁ-ହୁ ବଢ଼ି ଚାଲିଛି କିନ୍ତୁ ଡବଲ ଇଞ୍ଜିନ ସରକାର ତାକୁ ରୋକିବାର ନା ଧରୁନି I ଭୋଟ ଚୋରି କରି ଆଜି ସରକାର ଗIଦିରେ ବସିଛି କିନ୍ତୁ ଲୋକଙ୍କର ସୁଖ ଦୁଃଖର ସାଥି ହେଉପରୁ ନାହିଁ ବୋଲି ସମସ୍ତ ନେତା ଓ ନେତ୍ରୀ ଭାଷଣରେ ବକ୍ତବ୍ୟ ପ୍ରଦାନ କରିଥିଲେ I
କୋକସରା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ





