ବ୍ରହ୍ମପୁର,(ଏସ.ଏମ.ପି):-
ବୁଧବାର ଦିନ ଗୁରୁକୁଳ ଆନ୍ତର୍ଜାତୀୟ ଇଂରାଜୀ ମାଧ୍ଯମ ବିଦ୍ଯାଳୟ ପରିସର ରେ ବିଘ୍ନରାଜ ଶ୍ରୀ ମହାବିନାୟକ ଙ୍କ ଶ୍ରୀ ଗଣେଶ ଚତୁର୍ଥୀ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି ା ବିଦ୍ଯାର୍ଥୀମାନେ ହାତରେ ଧୂପ ଓ ପୁଷ୍ପ ଧରି ନୂଆ ପୋଷାକ ପରିଧାନ କରି ଅତ୍ଯନ୍ତ ଭକ୍ତିପୂତ ହୋଇ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହ ଗଣେଶ ଙ୍କୁ ଆରଧନା କରିଥିଲେ ା ବିଦ୍ଯାଳୟ ର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର, ସମ୍ପାଦିକା ଶ୍ରୀମତୀ ଅନୀତା କୁମାରୀ ପାଢୀ ଓ ଅଧ୍ଯକ୍ଷ ଶ୍ରୀଯୁକ୍ତ ସୁନୀଲ କୁମାର ବଡପଣ୍ଡା କର୍ତ୍ତା ରୂପେ ଯଜ୍ଞ କାର୍ଯ୍ୟ ସମ୍ପାଦନା କରିଥିଲେ ା ପୂଜା ଶେଷରେ ବିଦ୍ଯାର୍ଥୀମାନେ ଶ୍ରୀ ଗଣେଶ ଙ୍କୁ ଆଳତି ଓ ପୁଷ୍ପାଞ୍ଜଳୀ ଦେଇ ବିଦ୍ଯାଳୟ ତରଫରୁ ଆୟୋଜିତ ପ୍ରସାଦ ସେବନ କରିଥିଲେ ା ଏହା ସହିତ ଦଶଜଣ ନୂତନ ବିଦ୍ଯାର୍ଥୀମାନେ ଖଡିଛୁଆଁ କରି ବିଦ୍ଯାରମ୍ଭ କରିଥିଲେ ା ସମଗ୍ର କାର୍ଯ୍ୟକ୍ରମ କୁ ବିଦ୍ଯାଳୟ ର ସାଂସ୍କୃତିକ ବିଭାଗ, ଏନ୍ ସି ସି, ସ୍କାଉଟ୍ ଭଲ୍ଯୁଣ୍ଟର ଓ ଶିକ୍ଷକଗଣ ଙ୍କ ଦ୍ବାରା ଶ୍ରୁଙ୍ଖଳିତ ଭାବେ ସୁପରିଚାଳନା କରାଯାଇଥିଲା।