ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିସି ତହସିଲରେ ରାଜସ୍ବ ବିଭାଗ ଦ୍ଵାରା ଆୟୋଜିତ ଭୂମିହୀନ ଜନସାଧାରଣଙ୍କୁ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ର

Rakii

ବ୍ରହ୍ମପୁର,(ଏସ.ଏମ.ପି):-

ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିସି ତହସିଲରେ ରାଜସ୍ବ ବିଭାଗ ଦ୍ଵାରା ଆୟୋଜିତ ଭୂମିହୀନ ଜନସାଧାରଣଙ୍କୁ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଉପସ୍ଥିତ ଥିଲେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିଭୁତି ଭୁଷଣ ଜେନା। ଏହି କାର୍ଯ୍ୟକ୍ରମରେ ୧୮୨ ଗ୍ରାମକଣ୍ଟକ ପଟ୍ଟା ଦିଆଯାଇଛି ଏବଂ ଏବେ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ୨୫୦୦ ରୁ ଅଧିକ ଗ୍ରାମକଣ୍ଟକ ପଟ୍ଟା ପ୍ରଦାନ କରାଯାଇଛି। ଏହା ସହ ୮୮୩ ଜଣଙ୍କୁ ଉତ୍ତରାଧିକାରୀ ପରିବର୍ତ୍ତନ ପଟ୍ଟା ଏବଂ ବସୁନ୍ଧରା ଯୋଜନାରେ ୫ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଲୋକଙ୍କ ସରକାରରେ ଓଡ଼ିଶା ରାଜ୍ୟରେ ଜଣେ ମଧ୍ୟ ଭୂମିହୀନ ରହିବେ ନାହିଁ ଏଥି ପ୍ରତି ଆମେ ପ୍ରତିଶ୍ରୁତି ବଦ୍ଧ ଓ ନିରନ୍ତର କାର୍ଯ୍ୟ କରୁଛୁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ। ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ହିତାଧିକାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Also Read

Tags