ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟରେବନ ମହୋତ୍ସବ ଓ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ

Pradeep Kar

ବ୍ରହ୍ମପୁର,(ଏସ.ଏମ.ପି):-

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ୭୫ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଆଜି ଦେଶ ବ୍ୟାପୀ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ଣରେ ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ ଓ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ସଂପନ୍ନ ହୋଇଛି l ସ୍ନାତକ ଓ ସ୍ନାତକୋତ୍ତର ଜାତୀୟ ସେବା ଯୋଜନାର ପୁରୁଷ ଓ ମହିଳା ଦଳ, +୨ ଜାତୀୟ ସେବା ଯୋଜନାର ପୁରୁଷ-ମହିଳା ସମ୍ମିଳିତ ଦଳ, ଯୁବ ରେଡ୍-କ୍ରସ୍, ଇକୋ କ୍ଲବ୍ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି.)ର ସ୍ବେଚ୍ଛାସେବୀ, ସ୍ଵେଚ୍ଛାସେବିନୀଙ୍କ ସମେତ ୪00ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ୨00ଟି ବିଭିନ୍ନ କିସମର ଚାରା ରୋପଣ କରିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର୍ ପ୍ରମିଳା ଖାଡ଼ଙ୍ଗାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଆୟୋଜିତ ଏହି ବନ ମହୋତ୍ସବ ଓ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣ-ଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ l ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ଜଣାଶୁଣା ସମାଜସେବୀ ବନମାଳୀ ପ୍ରଧାନ ମୁଖ୍ୟଅତିଥି ରୂପେ ଯୋଗଦେଇ ପରିବେଶ ପ୍ରଦୂଷଣର ଭୟାବହ ପରିଣାମ ଓ ବୃକ୍ଷରୋପଣର ଅପରିହାର୍ଯ୍ୟତା ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ l ଜାତୀୟ ସେବା ଯୋଜନା ପୁରୁଷ ବର୍ଗ ଅଧିକାରୀ ଡ. ରବୀନ୍ଦ୍ର କୁମାର ପଣ୍ଡା, ଏନ୍.ଏସ୍.ଏସ୍, ମହିଳା ବର୍ଗ ଅଧିକାରିଣୀ ଡ. ଶୁଭଶ୍ରୀ ଅପରାଜିତା, +୨ ଏନ୍.ଏସ୍.ଏସ୍. ଅଧିକାରିଣୀ ଅଧ୍ୟାପିକା ସ୍ନେହାସିନୀ ପ୍ରଧାନ, ଯୁବ ରେଡ୍-କ୍ରସ୍ ଅଧିକାରୀ ଡ. ଚିତ୍ତରଂଜନ ମହାନ୍ତି, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି.) ଅଧିକାରିଣୀ ଡ. ଅନୀତା ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ ଏହି ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ସମାହିତ ହୋଇଥିଲା l ମହାବିଦ୍ୟାଳୟ ପ୍ରାଶାସନିକ ଅଧିକାରୀ ଡ. ଆନନ୍ଦ ସେଠୀ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ. କୁଳମଣି ଓଝା, ସ୍ନାତକୋତ୍ତର ଇତିହାସ ବିଭାଗ ମୁଖ୍ୟ ଡ. ଦେବରାଜ ସ୍ୱାଇଁ, ହିନ୍ଦୀ ବିଭାଗ ମୁଖ୍ୟ ଡ. ଗଙ୍ଗାଧର ବେହେରା, ଡ. ସୁଧାନନ୍ଦ ମହାରଣା, ଡ. ସୁଶାନ୍ତ କୁମାର ପରିଡ଼ା, ଡ. ବନଲତା ସାହୁ, ଡ. ମଧୁମିତା ନାୟକ, ଡ. ରତ୍ନାକର ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ବୃକ୍ଷରୋପଣ କରିଥିଲେ l

Also Read

Tags