ବ୍ୟାଙ୍କକୁ କଙ୍କାଳ ନେଇ ଆସିଥିବା ଜିତୁ ମୁଣ୍ଡାଙ୍କୁ ମିଳିଲା ଟଙ୍କା

Pradeep Kar

କେନ୍ଦୁଝରର ଜିତୁ ମୁଣ୍ଡା ଯେତେବେଳେ ବୁଝାଇ ପାରିଲେନି ଯେ ତାଙ୍କ ଭଉଣୀ ଆଉ ନାହାନ୍ତି, ସେତେବେଳେ ସେ ବାଧ୍ୟ ହୋଇ କବରରୁ ଭଉଣୀର କଙ୍କାଳକୁ ବାହାର କରି କାନ୍ଧରେ ବୋହି ଆଣିଲେ । ଏହି ଦୃଶ୍ୟ କେବଳ ପଥର ନୁହେଁ, ବରଂ ବ୍ୟାଙ୍କ୍ ଓ ପ୍ରଶାସନର କଠୋର ହୃଦୟକୁ ବି ତରଳାଇ ଦେଇଛି । ଶେଷରେ ଜିତୁଙ୍କୁ ତାଙ୍କ ଭଉଣୀର ଜମା ପୁଞ୍ଜି ୧୯,୪୦୦ ଟଙ୍କା ଓ ସତ୍କାର ପାଇଁ ସହାୟତା ମିଳିଛି।ଜିଲ୍ଲା ପ୍ରଶାସନ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ କଲରାଙ୍କ ମୃତ୍ୟୁ ସାର୍ଟିଫିକେଟ ଓ ଲିଗାଲ ହେୟାର ସାର୍ଟିଫିକେଟ ପରିବାରକୁ ପ୍ରଦାନ କରିଛି ।ଏହାସହ ସତ୍କାର ପାଇଁ ରେଡକ୍ରସ ପକ୍ଷରୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସୂଚନାମୁତାବକ ପାଟଣା ବ୍ଲକ ଦିଆନାଳୀ ଗାଁର ଜିତୁ ମୁଣ୍ଡାଙ୍କ ଭଉଣୀ କଲରା ଦୁଇ ମାସ ତଳେ ଆଖି ବୁଜିଥିଲେ । ଜିତୁ ନିଜ ହାତରେ ଭଉଣୀକୁ ଗାଁ ମାଟିରେ କବର ଦେଇଥିଲେ । କିନ୍ତୁ ଟଙ୍କା ର ଆବଶ୍ୟକ ପଡ଼ିଲା ସେ ବ୍ୟାଙ୍କ ଗଲେ ଭଉଣୀ ଜମା ଟଙ୍କା ଆଣିବା ପାଇଁ କିନ୍ତୁ ବ୍ୟାଙ୍କ ପକ୍ଷରୁ କୌଣସି ଟଙ୍କା ଦେଇ ନଥିଲେ।ସେ ପ୍ରମାଣ ପାଇଁ କବର ଖୋଳି ଭଉଣୀର କଙ୍କାଳ ବାହାର କଲେ । ଗତକାଲି ଏକ ବସ୍ତାରେ ସେହି କଙ୍କାଳକୁ ଭରି ପ୍ରଚଣ୍ଡ ଖରାରେ ୩ କିଲୋମିଟର କାନ୍ଧରେ ବୋହି ବ୍ୟାଙ୍କକୁ ନେଇ ଆସିଲେ । ଯେତେବେଳେ ଜିତୁ ବ୍ୟାଙ୍କ ପରିସରରେ ସେହି କଙ୍କାଳକୁ ରଖିଲେ, ସେଠାରେ ଥିବା ଲୋକେ ସ୍ତବ୍ଧ ହୋଇଯାଇଥିଲେ । ଭଉଣୀ ଆକାଉଣ୍ଟରୁ ଟଙ୍କା ପାଇବା ପାଇଁ କବରରୁ କଙ୍କାଳକୁ ବାହାର କରିବାକୁ ପଡ଼ିଥିଲା । ଏହା ଥିଲା ବ୍ୟବସ୍ଥା ବିରୁଦ୍ଧରେ ଜଣେ ମଣିଷର ନିରବ ପ୍ରତିବାଦ । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି ।

Also Read

Tags