ରାଜ୍ଯ ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଓ ମିସ୍ ଛତ୍ରପୁର ଆୟୋଜିତ

Pradeep Kar

ବ୍ରହ୍ମପୁର ୨/୫ ସଲମାନ ଡ୍ୟାନ୍ସ ଏକାଡେମୀ ତରଫରୁ ସଂସ୍କୁର୍ତି ଭବନ ପରିସରରେ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଓ ମିସ୍ ଛତ୍ରପୁର ୨୦୨୬ ଆୟୋଜିତ ହୋଇଯାଇଛି ।ଏକାଡେମୀ ମୁଖ୍ୟ ଗୁରୁ ସଲମାନ୍ ଓ ଡ୍ୟାନ୍ସର ଆକାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ଖ୍ୟାତନାମା ନୃତ୍ୟଗୁରୁ ହରିହର ଦାସ, ସୀମାଞ୍ଚଳ ବାରିକ, ଅଜିତ୍ ପାତ୍ର, କୃଷ୍ଣ ଚନ୍ଦ୍ର ନାୟକ, ସନ୍ତୋଷ ପାତ୍ର, ଚେୟାରମ୍ୟାନ ଶେଖର, ଭାଇସ ଚେୟାରମ୍ୟାନ ପାପା ,ସୂର୍ଯ୍ୟନାରାୟଣ ପାତ୍ର, କିରଣ ଚୌଧୁରୀ , କରିସ୍ମା ପାତ୍ର,ଚିନୁ, ଆପନା ମହାରଣା , ଦୀପକ ମୁଦୁଲି, ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ କୃତି ନୃତ୍ୟ ଶିଳ୍ପୀ ଓ ବିଜେତା ମିସ୍ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ମିସ୍ କରିନା ଦାସ ଛତ୍ରପୁର ସୁନ୍ଦରୀ ବିଜେତା ଟ୍ରଫି ହାସଲ କଲେ ।

Also Read

Tags