ଅଖିଳ ଭାରତ ଯୁବ ସଙ୍ଘ AIYF ର 67ତମ ପ୍ରତିଷ୍ଠା ଦିବସ ପାଳିତ

Pradeep Kar

ଆଜି ତା 03/05/2026 ଅଖିଳ ଭାରତ ଯୁବ ସଂଘ (AIYF ) ଗଂଜାମ ଜିଲ୍ଲା ପରିଷଦ ପକ୍ଷରୁ 67ତମ ପ୍ରତିଷ୍ଠା ଦିବସ ପାର୍କ ସାହି ଜିଲ୍ଲା କାର୍ଯ୍ୟଳୟ ବ୍ରହ୍ମପୁର ଠାରେ ସାଥି ଦୃଯଧନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଯାହାଇଛି l ସଂଗଠନର ଲାଲ ଲୋହିତ ପତାକାକୁ ସଂଗଠନର ଜାତୀୟ ସମ୍ପାଦକ ସାଥି ପ୍ରଦୀପ କୁମାର ସେଠି ଉତ୍ତୋଳନ କରି ଯୁବ ସଂଗଠନର ଇତିହାସ ସମ୍ପର୍କକ ରେ ଆଲୋଚନା କରିବା ସହ ବିଜେପି ସରକାର ଦେଶରେ ଶାସନ କଲା ଠାରୁ ବେକାରୀ, ବେରୋଜଗାରୀ ଓ ନାରୀ ଅପହରଣ, ଦୁଷ୍କର୍ମ ବାଡ଼ିଚାଲିଛି ବୋଲି ଦୁଢ ଭାଷାରେ ନିନ୍ଦା କରିଥିଲେ l ଏହା ପରେ ଯୁବ ସଂଘର ରାଜ୍ୟ ସମ୍ପାଦକ ସାଥି କାମଦେବ ନାହାକ ଅଖିଳ ଭାରତ ଯୁବ ସଂଘ 1959 ମସିହା ମେ 3ତାରିଖରେ ସ୍ୱାଧୀନତାର ଅଗ୍ନିଗର୍ଭରୁ ଜନ୍ନଲାଭ କରିଥିଲା l ଦେଶ ପାଇଁ ବିହୁତ ଯୁବକ ଯୁବକ ପ୍ରାଣବଳି ଦେଇଥିବା କଥା ଆଲୋଚନା କରିଥିଲେ l ଦେଶରେ ବେକାରୀ ଦ୍ରୁତ ଗତିରେ ବୃଦ୍ଧି ପହୁଁଚି ଏହାକୁ ରୋକିବା ପାଇଁ ସରକାର ବିଫଳ ବୋଲି କହିଥିଲେ l ସବୁ ବିଭାଗରେ ଲକ୍ଷ ଲକ୍ଷ ପଦବୀ ଖାଲିଥିବା ବେଳେ ସରକାର ବର୍ତମାନ ରେଳ ବିଭାଗ ରେ 2.75 ହଜାର ପଦବୀ ଖାଲିଥିବା ବେଳେ କାର୍ଯ୍ୟରତ ଥିବା ପଦବୀ ରୁ 2% ପଦଵୀ ଖାଲି କରିବା ପାଇଁ ସରକାର ନିଷ୍ପତ୍ତି ନେଇଛୁ l ଏହି ନିଷ୍ପତ୍ତି କୁ ଅଖିଳ ଭାରତ ଯୁବ ସଙ୍ଘ ପକ୍ଷରୁ ସଂପୂଣ୍ଣ ବିରୋଧ କରୁଛୁ ଏବଂ ଏହି ନିଷ୍ପତ୍ତି ବିରୋଧରେ ଦେଶରେ ସମସ୍ତ ରେଳ ବିଭାଗ ଆଗରେ ସଙ୍ଘ ପକ୍ଷରୁ ଆସନ୍ତା 7-8 ମେ ପତିବାଦ କରିବା ପାଇଁ ସଙ୍ଗ ନିଷ୍ପତ୍ତି ନେଇଛି ବୋଲି ସେ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ସାଥି ମନୋଜ ଗୌଡ଼ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କକରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଆର. ଦୈତାରୀ ରେଡ୍ଡୀ, ଗଣେଶ ରେଡ୍ଡୀ,ମହେନ୍ଦ୍ର ପାତ୍ର, ପ୍ରଫୁଲ ଜେନା, କୃଷଚନ୍ଦ୍ର ବେହେରା, ଗୌରାଙ୍ଗ ପ୍ରଧାନ, ଚିତ୍ତରଞ୍ଜନ ଦୋରା,କୃଷ୍ଣ ମହାରଣା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

Also Read

Tags