କଥାଦେଇ ଠକିଦେଲେ କୁଳପତି : ହଷ୍ଟେଲ ଫି ପୁଣି ଆଦାୟ କରିବ ବିଶ୍ବବିଦ୍ୟାଳୟ ।

Pradeep Kar

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅଜବ ନିତି , ଅନୁଶାସନ ନାମରେ ଏକଛତ୍ରବାଦ ଶାସନ ଚାଲିଛି । ଛାତ୍ରଙ୍କୁ ସୁବିଧାସୁଯୋଗ ଯୋଗାଇଦେବା ପରିବର୍ତ୍ତେ ଅସୁବିଧାକୁ ଠେଲିଦେଉଛନ୍ତି କୁଳପତି ଡ .ଗୀତାଞ୍ଜଳି ଦାସ । ଦକ୍ଷିଣ ଓଡ଼ିଶାର ଶିକ୍ଷାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଅଧିକାଂଶ ଛାତ୍ରଛାତ୍ରୀ ସାଧାରଣ ଚାଷୀ ମୂଲିଆ ଗରିବ ଘରର ପିଲା ଦୂରଦୂରାନ୍ତରୁ ଏଠି ଉଚ୍ଚଶିକ୍ଷା ନିମନ୍ତେ ପାଠ ପଢିବା ପାଇଁ ଆସନ୍ତି । ହେଲେ ସେମାନଙ୍କ ଦୁଃଖ ଶୁଣିବ କିଏ । ଓଡ଼ିଶାର ଅନ୍ୟ ବିଶ୍ବବିଦ୍ୟାଳୟ ତୁଳନାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଆଡେ ଅଧିକ ହଷ୍ଟେଲ ଫି ଆଦାୟ କରୁଛନ୍ତି ବୋଲି ଶହ ଶହ ଛାତ୍ରଛାତ୍ରୀ ବର୍ଷେ ତଳେ ଆନ୍ଦୋଳନକୁ ଓହ୍ଲାଇଥିଲେ , ଯାହାଫଳରେ ବିଶ୍ବବିଦ୍ୟାଳୟ ନାକେଦମ ହୋଇ ଫି କମେଇବାକୁ ବାଧ୍ଯ ହୋଇଥିଲେ। ଆଉ ୭୦୦ ଟଙ୍କା କମାଗଲା ‘ହଷ୍ଟେଲ ରିଆଡମିସନ’ ଫି ବୋଲି ବିଶ୍ଵବିଦ୍ୟାଳୟ ଏକ ନୋଟିସ ଜାରି କରିଥିଲେ । ସେନୁଯାୟୀ ସମସ୍ତେ ଛାତ୍ରଛାତ୍ରୀ ୭୦୦ ଟଙ୍କା କମେଇ ହଷ୍ଟେଲ ଫି ବାନ୍ଧିଥିଲେ । ତେବେ ପୁଣି ବର୍ଷ ଶେଷରେ ନିଜ କଥାରୁ ଓହରିଯାଇଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି। ସେ କଥା କୁଆଡେ ବିଧିବଦ୍ଧ ନଥିଲା ବୋଲି ପୁଣି କହୁଛନ୍ତି । ତେବେ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ କସନ ଟଙ୍କାରୁ ୭୦୦ ଟଙ୍କା ଆଦାୟ କରାଯିବାକୁ ନେଇ ସିଣ୍ଡିକେଟରେ ନିଷ୍ପତ୍ତି ହୋଇଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଯାହାଫଳରେ ଏବେ ସମସ୍ତେ କହୁଛନ୍ତି କଥାଦେଇ ଠକିଦେଲେ ଭିସି ଗୀତାଞ୍ଜଳି ଦାସ। ଗଲାବେଳେ ବିଶ୍ବାସରେ ବିଷ ଦେଇଦେଲେ ଭିସି , ବୋଲି ଭଞ୍ଜବିହାର କେମ୍ପସରେ ଜୋରଦାର ଆଲୋଚନା ଚାଲିଛି । ତେବେ ହଷ୍ଟେଲର ଅନେକ ଛାତ୍ରଛାତ୍ରୀ ଇଣ୍ଟରନେଟ ୟୁଟ୍ଯବରୁ ବିଭିନ୍ନ ପରୀକ୍ଷା ପାଇଁ କୋଚିଙ୍ଗ ନେଉଛନ୍ତି । ତେବେ କିଛିଦିନ ହେଲା ହଷ୍ଟେଲ ଇଣ୍ଟରନେଟକୁ ସମସ୍ଯାକୁ ନେଇ ଛାତ୍ରଙ୍କ ମଧ୍ଯରେ ଅସନ୍ତୋଷ ବଢିଛି । କାରଣ ଇଣ୍ଟରନେଟ ବ୍ୟବହାର ବେଳେ ଗୁଗଲ ବ୍ଯଥିତ ୟୁଟ୍ୟୁବ ଓ ଅନ୍ଯ ସାଇଟ ଗୁଡିକ ଠିକ ଭାବେ ଚାଲୁନାହିଁ । ବିଶ୍ବବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀଙ୍କ ଆଗକୁ ନେଟ ଓ ଅନ୍ଯାନ୍ଯ ପରୀକ୍ଷା ରହିଥିବାରୁ ଅଧିକାଂଶ ୟୁଟ୍ୟୁବରୁ କୋଚିଙ୍ଗ ନେଉଛନ୍ତି ଏବେ ସେମାନଙ୍କ ପାଠ ପଢାରେ ପ୍ରଭାବ ପଢିଛି ।ଯାହାଫଳରେ ଅନେକ ଛାତ୍ରଛାତ୍ରୀ ଏବେ ହନ୍ତସନ୍ତ ହେଉଛନ୍ତି । ତେବେ ଗୋଟେ ଏକାଡେମୀର ମୁଖ୍ୟ କିଭଳି କଥାଦେଇ କଥାରୁ ଓହରିଯାଉଛନ୍ତି। ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧାସୁଯୋଗ ନଦେଇ ହଇରାଣ କରିବାକୁ ପଛାଉନାହାନ୍ତି , ବୋଲି ଛାତ୍ର ନେତା ଇଜୁ ଅମିନ ଖାନ ଓ ସନ୍ତୋଷ କୁମାର ବେହେରା ଚିନ୍ତା ପ୍ରକାଶ କରିଛନ୍ତି ।

Also Read

Tags