ଅର୍ଜୁନ ହସ କ୍ଲବ, ବ୍ରହ୍ମପୁର ର ବିଶ୍ୱ ହସ ଦିବସ–୨୦୨୬ ପାଳିତ

Pradeep Kar

**ବ୍ରହ୍ମପୁର, ତା. ୦୩.୦୫.୨୦୨୬: ସ୍ଥାନୀୟ ଏନ୍‌.ଜି.ଓ. ହଲ, ଗେଟ୍ ବଜାର, ବ୍ରହ୍ମପୁର ଠାରେ “ଅର୍ଜୁନ ହସ କ୍ଲବ”, ବ୍ରହ୍ମପୁର ପକ୍ଷରୁ ବିଶ୍ୱ ହସ ଦିବସ–୨୦୨୬ ଭବ୍ୟ ସମାରୋହ ରେ ପାଳିତ ହୋଇଯାଇଛି।ଏହି ଅବସରରେ କ୍ଲବର ସଭାପତି ଶ୍ରୀ ସୀମାଞ୍ଚଳ ପ୍ରସାଦ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରର ମାନ୍ୟବର ଦିଧାୟକ ଶ୍ରୀଯୁକ୍ତ.କେ.ଅନିଲ କୁମାର ଯୋଗଦେଇ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଧୂପ, ଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଅନୁଷ୍ଠାନର ଉଦ୍‌ଘାଟନ କରିଥିଲେ ଓ ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ପ୍ରଫେସର କୃଷ୍ଣମୋହନ ପାଠୀ, ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଅସ୍ଥିଶଳ୍ୟ ବିଶେଷଜ୍ଞ, ଯୋଗଦାନ କରିଥିଲେ।ପ୍ରାରମ୍ଭରେ ବେଦପାଠ ସହ “ବନ୍ଦେ ଉତ୍କଳ ଜନନୀ” ଗୀତ ଗାୟନ କରାଯାଇଥିଲା। ପରେ ଦିବଂଗତ ସଦସ୍ୟମାନଙ୍କ ଅମର ଆତ୍ମାର ଶାନ୍ତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା ହୋଇଥିଲା।ସାଧାରଣ ସମ୍ପାଦକ ଡା. ସମରେନ୍ଦ୍ର କୁମାର ସାହୁ ସ୍ୱାଗତ ଅଭିଭାଷଣ ଦେଇ ଉପସ୍ଥିତ ସମସ୍ତ ଅତିଥି, ସଦସ୍ୟ ଓ ପରିବାରବର୍ଗଙ୍କୁ ସ୍ୱାଗତ ଜଣାଇଥିଲେ ଓ ସଂପାଦକୀୟ ବିବରଣୀ ପାଠ କରିଥିଲେ।ସଭାପତି ଶ୍ରୀ ସୀମାଞ୍ଚଳ ପ୍ରସାଦ ବିଷୋୟୀ ନିଜର ଅଭିଭାଷଣରେ କ୍ଲବର ଉନ୍ନତିରେ ସମସ୍ତଙ୍କ ଯୋଗଦାନକୁ ସ୍ୱୀକାର କରି “ମୁଁ ନୁହେଁ, ଆମେ” ମନୋଭାବରେ କ୍ଲବକୁ ଆଗକୁ ନେବାକୁ ଆହ୍ୱାନ କରିଥିଲେ।ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ନିଜ ନିଜ ବକ୍ତବ୍ୟରେ ବ୍ୟସ୍ତ ଆଧୁନିକ ଜୀବନ ଓ ଇଣ୍ଟରନେଟ୍ ଯୁଗରେ ସୁସ୍ଥ ଶରୀର ଓ ମନ ପାଇଁ *“ହସ ଓ ଯୋଗ”* ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ କେ. ଅନୀଲ କୁମାର ଓ ମୁଖ୍ୟ ବକ୍ତା ପଦ୍ମଶ୍ରୀ ପ୍ରଫେସର କୃଷ୍ଣମୋହନ ପାଠୀଙ୍କୁ ପୁଷ୍ପତୋଡା ଓ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।କ୍ଲବର ୪ଜଣ ବରିଷ୍ଠ ସଦସ୍ୟମାନଙ୍କ ମଧ୍ୟରୁ ଶ୍ରୀ ଟି. କୁମାରସ୍ୱାମୀ ପାତ୍ର, ଶ୍ରୀ ପୂର୍ଣଚନ୍ଦ୍ର ପତି, ଶ୍ରୀ ହାରାଲ୍ଡ ଥୋମାସ୍ ଡେଭିଡ୍ ଓ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।ତଦୁପରି, ଆଜୀବନ ପୃଷ୍ଠପୋଷକ ସମାରୋହ ପାଇଁ ଆର୍ଥିକ ସହାୟତା ଯୋଗାଇଥିବା ଦୁଇ ଜଣ ବ୍ୟକ୍ତିତ୍ୱ ଶ୍ରୀ.ପ୍ରବୀର କୁମାର ଦାସ, ଇଂ.ଅରୁଣ କୁମାର ପଟ୍ଟନାୟକ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ପାତ୍ର, ସମୀକ୍ଷକ ଶ୍ରୀ ସୁରେନ୍ଦ୍ର ମହାପାତ୍ର, ଉପଦେଷ୍ଟା ଶ୍ରୀ ପୂର୍ଣଚନ୍ଦ୍ର ମହାପାତ୍ର, ଇଂ. ବି. ବେଣୁଗୋପାଳ ପାତ୍ର, ଇଂ.ଶିରୀଶ ପ୍ରସାଦ ମିଶ୍ର, ଡକ୍ଟର.ସୁବ୍ରତ କୁମାର ସାହୁ, ଶ୍ରୀ ରାଧାକୃଷ୍ଣ ପରିଚ୍ଛା, ଡା. ଶଙ୍କର୍ଷଣ ପାତ୍ର, ଶ୍ରୀ ନିରଞ୍ଜନ ମହାରଣା, ଶ୍ରୀ ବାଞ୍ଛାନିଧି ବେହେରା(ସହ ସମ୍ପାଦକ), ଶ୍ରୀ ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ଇଂ.ଅଶୋକ କୁମାର ପାଢ଼ୀ, ଶ୍ରୀ.ପ୍ରଶାନ୍ତ କୁମାର ମହାପାତ୍ର,ଶ୍ରୀ.କୃଶ୍ଚେବ ମହାରଣା,ଶ୍ରୀ.ଗୌରୀ ଶଙ୍କର ମିଶ୍ରା,ଶ୍ରୀ.ସୁରେନ୍ଦ୍ର ମହାପାତ୍ର,ଶ୍ରୀ.ନରସିଂହ ସାହୁ, ରାଧାକୃଷ୍ଣ ମହାରଣା, ଶ୍ରୀ.ଟି. କୁମାରସ୍ୱାମୀ ପାତ୍ର, ଶ୍ରୀ.ସଂଜୟ କୁମାର ଆଚାରୀ,ଶ୍ରୀ ବିପ୍ରଚରଣ ନାୟକ, ଶ୍ରୀ.ଶିବଶଙ୍କର ପାଣିଗ୍ରାହୀ, ଶ୍ରୀ.ରାଜେନ୍ଦ୍ର କୁମାର ପାଣିଗ୍ରାହୀ ଓ ଅନ୍ୟାନ୍ୟ ସଦସ୍ୟମାନେ ସହ ପରିବାରବର୍ଗ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଶେଷରେ, ସମସ୍ତଙ୍କ ସହଯୋଗରେ “ବିଶ୍ୱ ହସ ଦିବସ–୨୦୨୬” ଉତ୍ସବ ସଫଳ ଭାବେ ସମାପ୍ତ ହୋଇଥିଲା।

ସଭାପତି ସାଧାରଣ ସମ୍ପାଦକ

Also Read

Tags