ପଞ୍ଚମ ଓଡ଼ିଶା ଟାଏକୋଣ୍ଡ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ରେ ଭିକ୍ଟରୀ ଏକାଡେମୀ ମାର୍ଶଲ ଆର୍ଟ୍ସ ର ବିଜୟୀ କପ୍ ସଫଳତା

Pradeep Kar

ଆଜି ତାରିଖ ୦୩/୦୫/୨୦୨୬ (ରବିବାର) ଭିକ୍ଟରୀ ଏକାଡେମୀ ମାର୍ଶଲ ଆର୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନଷ୍ଠିତ ହୋଇଥିଲା ଏହି ସମ୍ମିଳନୀରେ କୋଚ୍ ବି ସତୀଶ କୁମାର ରାଓ, କୈବଲ୍ୟ ବଡମୁଣ୍ଡି ଅଧକ୍ଷତାରେ (ଜବାହାର ଲାଲ୍ ନେହୁରୁ ଇଣ୍ଡୋର ଷ୍ଟାଡିୟମ୍ )କଟକ ଠାରେ ତିନି ଦିନ ଧରି ଆୟଜିତ ହେଇଥିବା ପଞ୍ଚମ ରାଜ୍ୟ ସ୍ତରୀୟ ଟାଏକୋଣ୍ଡ ପ୍ରତିଯୋଗିତାରେ ବିଜୟୀ କପ୍ (winner)ହୋଇ ସଫଳତା ପାଇଥିବା ଖେଳାଳୀ ମାନଙ୍କୁ ନେଇ ଆନ୍ଧ୍ରା ମହିଳା ସମାଜ ପରିସରରେ ଏକ ସମ୍ବର୍ଦ୍ଧନା ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରିଯାଇଥିଲା ଏଥିରେ ସଂଗଠନ ତରଫରୁ ଉଭୟ ୭୩ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ ସେଥି ମଧ୍ୟରୁ ଗୋଲ୍ଡ-୫୧, ସିଲ୍ଭର-୩୯, ବ୍ରୋଞ୍ଜେ-୫୧ ସମୁଦାୟ ୧୩୫ ଟି ପଦକ ହାସଲ କରିଥିବା ସମସ୍ତ ଖେଳାଳୀ ମାନଙ୍କୁ ଉତ୍ସାହିତ କରାଯାଇ ଆଗାମୀ ଦିନରେ ଆହୁରି ଅଧିକ ରୁ ଅଧିକ କେମିତି ଜାତୀୟ ସ୍ତରୟ ସଫଳତା ପାଇପାରିବେ ସେଥି ପାଇଁ ସଫଳତା କାମନା କରାଯାଇଥିଲା, ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗଞ୍ଜାମ ଟାଏକୋଣ୍ଡ ସୋଭାପତି ସୁଜିତ୍ କୁମାର ମିଶ୍ର, ଅନ୍ତର୍ଜାତୟସ୍ତରରେ ଖ୍ୟାତନାମା କୋଚ୍ ସରୋଜ୍ ଚନ୍ଦ୍ର ବଡମୁଣ୍ଡି , କିରନ୍ କୁମାର୍ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ

Also Read

Tags