ବ୍ରହ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦଶମ ଶ୍ରେଣୀର ସଫଳତା

Pradeep Kar

ଏବର୍ଷର ଦଶମ ଶ୍ରେଣୀ ପରୀକ୍ଷାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ବ୍ରହ୍ମପୁର ର ଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ ହାସଲ କରି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି। ଏହି ସଫଳତା ପାଇଁ ଛାତ୍ରୀମାନଙ୍କ ଅଦମ୍ୟ ପରିଶ୍ରମ ସହ ଶିକ୍ଷକ-ଶିକ୍ଷିକାମାନଙ୍କ ନିଷ୍ଠା ଓ ମାର୍ଗଦର୍ଶନ ମୂଳ ଭୂମିକା ନିଭାଇଛି।ଏହି ବର୍ଷ ବିଦ୍ୟାଳୟର ପାସ୍ ପ୍ରତିଶତ ଉଚ୍ଚ ଥିବା ସହିତ A 1 grade ରେ ପାଞ୍ଚ ଜଣ ଛାତ୍ରୀ ଓ A2 grade ରେ ପାଞ୍ଚ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।A 1 grade ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଙ୍କ ନାମ ହେଲା ଶ୍ରୀୟା ସାହୁ,ଶୁଭଶ୍ରୀ ପଣ୍ଡା ,ସୋନାଶ୍ରୀ ପାଣିଗ୍ରାହି,ଅମିଶା କୁମାରୀ ସାହୁ,କେ. ରଚିତା ପଟ୍ଟନାୟକ ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଭୂପେନ କୁମାର ମହନ୍ତ ଏହି ସଫଳତା ପାଇଁ ସମସ୍ତ ଛାତ୍ରୀ, ଶିକ୍ଷକମଣ୍ଡଳୀ ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ପରିଣାମ ଆଗାମୀ ଦିନରେ ଅଧିକ ଉତ୍ସାହ ଓ ପ୍ରେରଣା ଦେବ।ଛାତ୍ରୀମାନେ ମଧ୍ୟ ତାଙ୍କର ଏହି ସଫଳତା ପାଇଁ ଶିକ୍ଷକମାନଙ୍କ ମାର୍ଗଦର୍ଶନ ଓ ଅଭିଭାବକଙ୍କ ସମର୍ଥନକୁ ଶ୍ରେୟ ଦେଇଛନ୍ତି। ଆଗାମୀ ଦିନରେ ଆହୁରି ଭଲ ଫଳାଫଳ ପାଇଁ ସେମାନେ ପ୍ରତିବଦ୍ଧ ବୋଲି କହିଛନ୍ତି।ଏହି ଉଲ୍ଲେଖନୀୟ ସଫଳତା ସ୍ଥାନୀୟ ଅଞ୍ଚଳରେ ଖୁସିର ମହଲ ସୃଷ୍ଟି କରିଛି ଏବଂ ସମସ୍ତଙ୍କ ମନରେ ଗର୍ବର ଅନୁଭୂତି ଜନ୍ମାଇଛି।

Also Read

Tags