କଳିଙ୍ଗ ସାହିତ୍ୟ ସମାଜର ମାସିକ କାବ୍ୟଚର୍ଚ୍ଚା ଓ କବିତା ଆବୃତ୍ତି ଆସର

Pradeep Kar

ବ୍ରହ୍ମପୁର, 0୩l0୫ : ଦକ୍ଷିଣାଞ୍ଚଳର ସର୍ବପୁରାତନ ସାହିତ୍ୟାନୁଷ୍ଠାନ ‘କଳିଙ୍ଗ ସାହିତ୍ୟ ସମାଜର ମେ’ ମାସ କାବ୍ୟଚର୍ଚ୍ଚା ଓ କବିତା ଆବୃତ୍ତି ଆସର ଆଜି ସନ୍ଧ୍ୟାରେ ଐତିହାସିକ ଉତ୍କଳ ଆଶ୍ରମ ଜାତୀୟ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ସାହିତ୍ୟ ସମାଜର ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀ ଏହି ମାସିକ ଆସରରେ ପୌରୋହିତ୍ୟ କରିବା ସଂଗେ ସଂଗେ ଆସର ଆୟୋଜନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ l ଉକ୍ତ ଆସରରେ ଖ୍ୟାତିସଂପନ୍ନ କବି ମନୋରଞ୍ଜନ ପାଣିଗ୍ରାହୀ ଓ ସଂଭାବନାଦୀପ୍ତ କବି ଅନୁପ କୁମାର ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ କବିତା ସର୍ଜନାର ଉପକ୍ରମ, କାବ୍ୟିକ ଉତ୍ତରଣ ଓ ଭାଷିକ ପ୍ରକରଣ ସଂପର୍କରେ ତତ୍ତ୍ୱନିଷ୍ଠ ବକ୍ତବ୍ୟ ପ୍ରଦାନ କରିଥିଲେ l ସାହିତ୍ୟ ସମାଜର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ମାର୍ଗଦର୍ଶନ ଓ ଡ. ରମେଶ ଚନ୍ଦ୍ର ପ୍ରଧାନଙ୍କ ସହଯୋଗିତାରେ ଆୟୋଜିତ ଏହି ମାସିକ ଆସରର ସଂଚାଳନା କରିଥିଲେ ସଂଗଠନ ସଂପାଦକ ଦିନବନ୍ଧୁ ଶ୍ରୀପଲ୍ଲଵ l ଉକ୍ତ ମାସିକ ଆସରରେ ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ୍), ଡ. ସୂଚନା ପାଢ଼ୀ, ଡ. ସୁଜିତ୍ କୁମାର ପଣ୍ଡା, ଡ. କୁଳମଣି ଓଝା, ସୁଚେତା ପାଣିଗ୍ରାହୀ, ପଦ୍ମିନୀ ମିଶ୍ର, ଜ୍ୟୋତ୍ସ୍ନାରାଣୀ ଦେବୀ, ଚନ୍ଦ୍ରଶେଖର ମହାପାତ୍ର, ନଳିନୀକାନ୍ତ ଗୌଡ଼, ବିରୂପାକ୍ଷ ଦାଶ, ହୃଷୀକେଶ ବେହେରା ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଶେଷରେ କାର୍ଯ୍ୟକାରୀ ସମିତିର ବରିଷ୍ଠ ସଦସ୍ୟ ଡ. କୁଳମଣି ଓଝା ଧନ୍ୟବାଦ ଅର୍ପଣ କରିଥିଲେ l

Also Read

Tags