ଭାରତୀୟ ଜନତା ପାର୍ଟି, ଆସ୍କାରୋଡ ମଣ୍ଡଳ ତରଫରୁ *ବିଜୟ ଉତ୍ସବ ପାଳିତ l

Pradeep Kar

ବ୍ରହ୍ମପୁର, 04/05 : ଆଜି ସନ୍ଧ୍ୟା ସମୟ ରେ ଆସ୍କା ରୋଡ ପୁରୁଣା ତାଳୁକା ସ୍ଥିତ ହନୁମାନ ମନ୍ଦିର ନିକଟରେ ପାଳନ କରାଯାଇଥିଲା |ମଣ୍ଡଳ ସଭାପତି,ଜଗନ୍ନାଥ ଜେନା ଙ୍କ ନେତୃତ୍ୱ ରେ ମଣ୍ଡଳ ର ଶହ ଶହ କାର୍ଯ୍ୟକର୍ତ୍ତା ଙ୍କ ସହ ଅଞ୍ଚଳ ର ଜନ ସାଧାରଣ ମାନେ ଯୋଗ ଦେଇ ପଶ୍ଚିମବଙ୍ଗ, ଆସାମ, ଓ ପୁଡ଼ୁଚେରୀ ରେ ଭାରତୀୟ ଜନତା ପାର୍ଟି ର ବିପୁଳ ବିଜୟ କୁ ବାଜା ବଜେଇ ଓ ବାଣ ଫୁଟାଇ ଉତ୍ସବ ରୂପେ ପାଳନ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର, ଏବଂ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ | ନିର୍ବାଚନ ସମୟରେ ମୋଦୀଜୀ ଙ୍କ ପଶ୍ଚିମ ବଙ୍ଗ ରେ ଝାଲମୁଡି ବଣ୍ଟନ ଆଖି ଆଗରେ ରଖି ମାନ୍ୟବର ବିଧାୟକ ଅଞ୍ଚଳ ର ଜନସାଧାରଣ ମାନଙ୍କୁ ଝାଲ ମୁଡି ଓ ମିଷ୍ଟାନ ବଣ୍ଟନ କରି ବିଜୟ ଉତ୍ସବ କୁ ଦ୍ବିଗୁଣିତ କରିଥିଲେ |ଆଜିର ଏହି କାର୍ଯ୍ୟକ୍ରମ ରେ ବିଧାୟକ ପ୍ରତିନିଧି ଅଶୋକ କୁମାର ଶୁକ୍ଳ, ବଦ୍ରି ନାରାୟଣ ନାୟକ,ପୂର୍ବତନ ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୂର୍ଯ୍ୟ ନାରାୟଣ ଦାସ, ମଣ୍ଡଳ ପ୍ରଭାରୀ ଜି.ରାଜେନ୍ଦ୍ର ପ୍ରସାଦ, ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଫୁଲ ସାହୁ, ମଣ୍ଡଳ ଉପସଭାପତି ରୁନି ସାହୁ, ସୁଦର୍ଶନ ସାହୁ,ଟୁନା ପାତ୍ର,ଶଙ୍କର ପ୍ରସାଦ ମହାରଣା, ସୁରେଶ ସାହୁ,ବିଜୟ ଗୋପାଳ, ଚିତ୍ତରଞ୍ଜନ ସାହୁ, ମଦନ ସାହୁ,ସଞ୍ଜୟ ଜେନା, ସାଗର ମୁଖି,ମନୋଜ ମହାରଣା, ସୁଶାନ୍ତ ସାହୁ,ରମେଶ ସେଠୀ, ଅର୍ଜୁନ ପଣ୍ଡା, ତ୍ରିନାଥ ନାୟକ, ପ୍ରଶାନ୍ତ ସାହୁ ଙ୍କ ସହ ବହୁ ମହିଳା ଏବଂ ପୁରୁଷ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ

Also Read

Tags