ଥଇଥାନ ହେବା ସତ୍ବେ ପ୍ରାକୃତିକ ବିପର୍ଯ୍ୟୟର ସୁବିଧା ପାଉ ନାହାନ୍ତି ବସ୍ତି ବାସିନ୍ଦା

Pradeep Kar

କଟକ, ତା,4,5,26ଗତ ସରକାର ସମୟରେ କଟକ ସହରର ବିଭିନ୍ନ ବସ୍ତିରୁ ଶତାଧିକ ପରିବାର ଉଚ୍ଛେଦ ହୋଇ “ଜାଗା ମିଶନ” ଯୋଜନାରେ ଧବଳେଶ୍ଵର ଗଡ଼ା ହରିଜନ ସାହିରେ ଥଇଥାନ ହୋଇଥିଲେ ମଧ୍ୟ ସେମାନଙ୍କୁ ବର୍ତ୍ତମାନ ଯାଏ “ଭୂମି ଅଧିକାର ପ୍ରମାଣ ପତ୍ର” ମିଳିନାହିଁ, କିନ୍ତୁ ଏହା ପ୍ରଶାସନର ତ୍ରୁଟି ହୋଇଥିଲେ ମଧ୍ୟ ଏହାର ଫଳ ଭୋଗୁଛନ୍ତି ସେଠାରେ ଥଇଥାନ ହୋଇଥିବା ବସ୍ତି ବାସିନ୍ଦା ମାନେ, ନିୟମତଃ ପ୍ରାକୃତିକ ବିପର୍ଯ୍ୟୟରେ କାହାରି ଘର କ୍ଷତିଗ୍ରସ୍ତ ହୋଇଥିଲେ ତାହା ଯଦି ତାର ନିଜସ୍ଵ ଜମି ହୋଇଥିବ ତେବେ କ୍ଷତିପୂରଣ ଟଙ୍କା ପାଇବ, କିନ୍ତୁ ସରକାରୀ ଜମି ହୋଇଥିଲେ କେବଳ ପଲିଥିନ ଖଣ୍ଡେ ଏବଂ ଚୁଡ଼ା ପାଇବ, କିନ୍ତୁ ଗତ ତା,30,4,26ରେ ହୋଇଥିବା କାଳ ବୈଶାଖୀରେ ଧବଳେଶ୍ଵର ଗଡାରେ ଥଇଥାନ ହୋଇଥିବା ବସ୍ତିରେ କିଛି ପରିବାରଙ୍କ ଘରର ଆଜବେଷ୍ଟ ସମ୍ପୂର୍ଣ ଉଡ଼ି ଯାଇଥିଲେ ମଧ୍ୟ ତାଙ୍କର ସ୍ଥାୟୀ ପଟ୍ଟା ନଥିବାରୁ ସେଠାରେ ଆଠଗଡ଼ ତହସିଲର (ଉକ୍ତ ଅଂଚଳଟି ଆଠଗଡ଼ ତହସିଲ ଅଧିନରେ) ରାଜସ୍ବ ନିରିକ୍ଷକ ପହଞ୍ଚି ନାହାନ୍ତି, ଏଣୁ ଆଜି “ଅଖିଳ ଓଡ଼ିଶା ଝୋପଡ଼ିପଟ୍ଟି ମହାସଂଘ”ର ସଭାପତି ବୃନ୍ଦାବନ ଦାସ ଆଜାଦଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ମାନେ ଜିଲ୍ଲାପାଳଙ୍କୁ ତୁରନ୍ତ ତଦନ୍ତ କରି କ୍ଷତିପୂରଣ ଦେବାକୁ ଦାବିକରି ଦରଖାସ୍ତ ଦେବା ସହିତ ସିଏମସି କମିଶନରଙ୍କ ଜନଶୁଣାଣୀରେ ସେଠିକାର ସମସ୍ତ ଥଇଥାନ ହୋଇଥିବା ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଦେବାପାଇଁ ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ, ଏଥିରେ ଶ୍ରୀ ଆଜାଦଙ୍କ ବ୍ୟତୀତ ଶ୍ରୀମତୀ ଲକ୍ଷ୍ମୀ ସାହୁ, ବ୍ରାହ୍ମଣୀ ନାଏକ, ଦୁଲଣା ନାଏକ, ବାସନ୍ତୀ ନାଏକ, ଗୀତା ଦାସ ଆଦି ଯୋଗ ଦେଇଥିଲେ l

Also Read

Tags