ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବରେ ମୋତେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ଓଡ଼ିଶା ବିଧାନ ସଭାର ମାନ୍ୟବର ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି। ମୁଁ ଆର ମୂରଲୀ ମୋହନ ଦୀର୍ଘଦିନ ଧରି ଦଳ ପ୍ରତି ନିଷ୍ଠା, ସମର୍ପଣ ଓ ଅଦମ୍ୟ ପରିଶ୍ରମ ଦ୍ୱାରା ସମସ୍ତଙ୍କର ବିଶ୍ୱାସ ଜୟ କରିପାରିଛି। ମୁଁ ଦଳ ପାଇଁ ସଦା ସର୍ବଦା ଦଳର ଶୃଙ୍ଖଳ କର୍ମୀ ଭାବେ ଦାୟିତ୍ୱ ନିର୍ବାହ କରିଆସିଛି। ମୋତେ ଯେ କୌଣସି ପଦବୀ ମିଳିଛି ମୁଁ ନିଷ୍ଟାରେ ସହ କାମ କରିଛି କିନ୍ତୁ ଦଳ ପ୍ରତି ମୋର ଅଟୁଟ ସମର୍ପଣ ଓ କର୍ମନିଷ୍ଠା ଆଜି ମୋତେ ଏହି ଉଚ୍ଚ ଦାୟିତ୍ୱରେ ଆସୀନ କରିଥିବାରୁ କୃତଜ୍ଞତା ଜଣାଉଛି।ମୋର ଏହି ନେତୃତ୍ୱ ଓ ସଂଗଠନ ଦକ୍ଷତା ଦଳକୁ ଆଗକୁ ନେବାରେ ନିଶ୍ଚିତ ଭାବେ ନୂଆ ଶକ୍ତି ଓ ପ୍ରେରଣା ଦେବ ବୋଲି ମୁଁ ଆଶା ପ୍ରକଟ କରୁଛି।ମୋତେ ମିଳିଥିବା ଏହି ନୂତନ ଦାୟିତ୍ୱ ମୋ ଲୋକପ୍ରିୟତାର ପ୍ରତିଫଳ ହେବ ବୋଲି ଆଶା କରୁଛି। ମୁଁ ଦଳ ପାଇଁ ଦଳର ଆଦର୍ଶକୁ ଅତୁଟ ରଖି ଲୋକସେବାରେ ନିରନ୍ତର ନିୟୋଜିତ ରହିବି ବୋଲି ମୋର ପୂର୍ଣ୍ଣ ବିଶ୍ୱାସ।
ବିଜୁ ଜନତା ଦଳର ନୁଆ ରାଜ୍ୟ ସମ୍ପାଦକ ହେଲେ ଆର. ମୂରଲୀ ମୋହନ





