ବ୍ରହ୍ମପୁର, : 08/05/26ରିଖ / ବ୍ରହ୍ମପୁର ଉପକଣ୍ଠ ମୋହଡା ସ୍ଥିତ ସରକାରୀ ଭୈରବୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ଧନୁ ସେଠୀଙ୍କ ପୌରୋହିତ୍ୟରେ ବିଶ୍ୱ ରେଡ୍ କ୍ରସ ଦିବସ ପାଳିତ ହୋଇଯାଇଛି । ଜୁନିୟର ରେଡ୍ କ୍ରସ୍ ପରାମର୍ଶ ଦାତା ଆଶିଷ କୁମାର ପାଢ଼ୀ ଓ ପ୍ରଧାନ ଶିକ୍ଷକ ଶ୍ରୀ ଧନୁ ସେଠୀ ଜନ୍ ହେନେରୀ ଡୁନାଣ୍ଟଙ୍କ ଜୀବନୀ ସହିତ ବିଦ୍ୟାଳୟ ପରିସରରେ ରେଡ୍ କ୍ରସର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଦଶମ ଶ୍ରେଣୀ ପିଲାଙ୍କୁ ପରୀକ୍ଷାରେ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ରେଡ୍ କ୍ରସ ଦିବସର ମହତ୍ତ୍ୱ ବିଷୟରେ ପିଲାଙ୍କୁ ବୁଝାଇଥିଲେ । ଏହାକୁ ବରିଷ୍ଠ ଶିକ୍ଷକ ଶ୍ରୀ ସୁଦର୍ଶନ ମଣ୍ଡଳ , କ୍ରୀଡା ଶିକ୍ଷକ ନିଶିଥ କୁମାର ପ୍ରଧାନ , ଅନ୍ୟ ଶିକ୍ଷୟିତ୍ରୀ ମନସ୍ବିନୀ ଦାସ ,ବିଷ୍ଣୁ ପ୍ରିୟା ସାହୁ,ସୁନନ୍ଦା ମଧୁ ସ୍ମିତା କ଼଼ହର , ମିନତୀ ନାୟକ ବିଜୟଲଖ୍ମୀ ପ୍ରଧାନ ପ୍ରଭୃତି ଯୋଗ ଦେଇ ସାଫଲ୍ୟ ମଣ୍ଡିତ କରିଥିଲେ ।
ବିଶ୍ୱ ରେଡ୍ କ୍ରସ ଦିବସ ପାଳିତ





