ଗଜପତି ଜିଲ୍ଲାରେ ସଡ଼କ ଯୋଗାଯୋଗ ଓ ଭିତ୍ତିଭୂମିର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ ₹୧,୮୯୧.୨୮ କୋଟି ଟଙ୍କା ମଞ୍ଜୁରୀ ମିଳିଛି

Pradeep Kar

ଗଜପତି ଜିଲ୍ଲାରେ ସଡ଼କ ଯୋଗାଯୋଗ ଓ ଭିତ୍ତିଭୂମିର ଐତିହାସିକ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ ₹୧,୮୯୧.୨୮ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀଜୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଜୀଙ୍କ ନେତୃତ୍ୱରେ ଗଜପତି ଜିଲ୍ଲାରେ ଉନ୍ନତିର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ଅନୁସାରେ ମୋହନା–ରାଇପଙ୍କା NH-326 ର ୪୨.୧୦ କି.ମି. ରାସ୍ତା ବିସ୍ତାର ପାଇଁ ₹୩୮୭.୯୧ କୋଟି, ମହେନ୍ଦ୍ର ତନୟା ସେତୁ ନିର୍ମାଣ ପାଇଁ ₹୫୩.୩୭ କୋଟି, ପୋଡାମାରୀ–ମୋହନା NH-326 ର ୨୮.୬୦ କି.ମି. ରାସ୍ତା ପାଇଁ ₹୩୫୦ କୋଟି ଏବଂ ମୋହନା–ପାରଳାଖେମୁଣ୍ଡି NH-326A ର ୧୦୨.୯୦ କି.ମି. ରାସ୍ତା ବିସ୍ତାର ପାଇଁ ₹୧,୧୦୦ କୋଟି ମଞ୍ଜୁର ହୋଇଛି । ଏହି ସମସ୍ତ ପ୍ରକଳ୍ପ ମାଧ୍ୟମରେ ଗଜପତି ଜିଲ୍ଲାରେ ଉନ୍ନତ ଯାତାୟାତ ବ୍ୟବସ୍ଥା, ଦୁର୍ଘଟଣା ହ୍ରାସ, ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ସହଜ ବଜାର ସଂଯୋଗ, ସ୍ୱାସ୍ଥ୍ୟ ସେବାରେ ଶୀଘ୍ର ପହଞ୍ଚ ଏବଂ ସ୍ଥାନୀୟ ଅର୍ଥନୀତିର ବ୍ୟାପକ ଉନ୍ନତି ହେବ । ଗଜପତି ଜିଲ୍ଲାର ସର୍ବାଙ୍ଗୀଣ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ ଆଶା କରୁଛି ।— ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀସାଂସଦ, ବ୍ରହ୍ମପୁର ଲୋକସଭା କ୍ଷେତ୍ର

Also Read

Tags