ବଢ଼ିଛି ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡମାନ ସାଗରରେ ଘୁର୍ଣ୍ଣିବଳୟ

Pradeep Kar

*ଭୁବନେଶ୍ୱର : ବଢ଼ିଛି ବାତ୍ୟା ଆଶଙ୍କା। ଦକ୍ଷିଣ ଆଣ୍ଡମାନ ସାଗର ଓ ତା ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ। ଆସନ୍ତା ୧୨ ତାରିଖ ବେଳକୁ ଲଘୁଚାପର ରୂପ ନେବ। କିନ୍ତୁ ଏହାର ଦିଗ ବଙ୍ଗୋପସାଗର ପଟକୁ ହେବ କି ତାହା ସ୍ପଷ୍ଟ ନାହିଁ। ବର୍ତ୍ତମାନ ଏହାର ଦିଗ ତାମିଲନାଡୁ ପଟକୁ ରହୁଥିବା ପୂର୍ବାନୁମାନ କରାଯାଇଛି। ଏହା ପ୍ରଭାବରେ ରାଜ୍ୟରେ ତାତି ବଢିବ। ୧୩ରୁ ପାରଦ ବଢିବାକୁ ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ l ଦକ୍ଷିଣ ଆଣ୍ଡମାନ ସାଗରରେ ଘୁର୍ଣ୍ଣିବଳୟ l ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ୧୨ ତାରିଖ ସୁଦ୍ଧା ଲଘୁଚାପ ଓ ପରେ ଗଭୀର ଅବପାତ ହେବ । ଏହା ଆହୁରି ଘନିଭୁତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଥିବା କହିଛନ୍ତି ସୋଆ ସି ଇ ସି ମୁଖ୍ୟ ଶରତ ଚନ୍ଦ୍ର ସାହୁ। କିନ୍ତୁ ଏହାର ପ୍ରଭାବ ବର୍ତ୍ତମାନ ତାମିଲନାଡୁ ଉପକୂଳ ପଟକୁ ଦେଖାଉଥିବା ସେ କହିଛନ୍ତି। ବାତ୍ୟା ରୂପ ନେଲେ ମଧ୍ୟ ଏତେ ତୀବ୍ର ରୂପ ନେବ ନାହିଁ ବୋଲି ସେ କହିଛନ୍ତି ।

Also Read

Tags