ରବିବାର ଦିନ Biju Mahila Janata Dal ପକ୍ଷରୁ Sankha Bhawan ଠାରେ ଆୟୋଜିତ “ନାରୀ ଅଧିକାର ଅଭିଯାନ”ରେ ସାମିଲ ହୋଇ ନାରୀ ସୁରକ୍ଷା, ସମ୍ମାନ ଓ ସମାନ ପ୍ରତିନିଧିତ୍ୱ ପାଇଁ ନିଜର ମତାମତ ବ୍ୟକ୍ତ କରିଥିଲି। ଓଡ଼ିଶାରେ ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର ନେଇ ଚିନ୍ତା ପ୍ରକାଶ କରିବା ସହିତ ସଂସଦ ଓ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱକୁ ନେଇ ତଥାକଥିତ ଡବଲ୍ ଇଞ୍ଜିନ୍ ସରକାରଙ୍କ ଦ୍ୱିମୁଖୀ ନୀତିକୁ ପ୍ରଶ୍ନ କରାଗଲା।ଏହି ଅଭିଯାନ ମାଧ୍ୟମରେ ନାରୀଙ୍କ ଅଧିକାର, ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ କରିବା ସହିତ ରାଜନୀତିରେ ମହିଳାଙ୍କୁ ଯଥୋଚିତ ପ୍ରତିନିଧିତ୍ୱ ଦେବା ପାଇଁ ଦାବି କରିବା ଉଚିତ ବୋଲି ଆମେ ସଙ୍କଳ୍ପବଦ୍ଧ ହେଲୁ । ୩୩% ମହିଳା ସଂରକ୍ଷଣ ନାମରେ ବିଜେପିର ଡବଲ୍ ଇଞ୍ଜିନ୍ ସରକାର ଜନଗଣନା ଓ ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ଜୋଡ଼ି ରାଜନୈତିକ ସ୍ୱାର୍ଥ ସାଧନ କରିବାକୁ ଚେଷ୍ଟା କରୁଛି। ଏହା କାର୍ଯ୍ୟକରିତା ହେଲେ ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ୱ ହ୍ରାସ ପାଇବାର ଆଶଙ୍କା ରହିଛି, ଯାହା ଓଡ଼ିଶାର ସ୍ୱାର୍ଥ ପ୍ରତି ସିଧାସଳଖ ଅନ୍ୟାୟ।ନାରୀର ସମ୍ମାନ ହେଉଛି ସମାଜର ସମ୍ମାନ। ନାରୀ ସଶକ୍ତିକରଣ ବିନା ଏକ ସୁସ୍ଥ ଓ ସମୃଦ୍ଧ ସମାଜର କଳ୍ପନା ଅସମ୍ଭବ।
Biju Mahila Janata Dal ପକ୍ଷରୁ Sankha Bhawan ଠାରେ ଆୟୋଜିତ “ନାରୀ ଅଧିକାର ଅଭିଯାନ”





