ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପୂଜ୍ୟ ପିତା ସ୍ଵର୍ଗତ ଗଙ୍ଗାଧର ସାହୁଙ୍କ ଦ୍ବାଦଶାହ କ୍ରିୟା

Pradeep Kar

ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ଶ୍ରୀକାନ୍ତ ସାହୁଙ୍କ ପୂଜ୍ୟ ପିତା ସ୍ଵର୍ଗତ ଗଙ୍ଗାଧର ସାହୁଙ୍କ ଦ୍ବାଦଶାହ କର୍ମ ଅବସରରେ ତାଙ୍କ ହାତୀଓଟ ସ୍ଥିତ ବାସଭବନକୁ ପହଞ୍ଚି ଅମର ଆତ୍ମାଙ୍କ ନିକଟରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ଦୁଃଖଦ ଓ ଶୋକାକୁଳ ମୁହୂର୍ତ୍ତରେ ସେ ପରିବାରବର୍ଗଙ୍କ ସହ ସାକ୍ଷାତ କରି ଗଭୀର ସମବେଦନା ଜଣାଇବା ସହିତ ଈଶ୍ୱରଙ୍କ ନିକଟରେ ସ୍ଵର୍ଗତ ଆତ୍ମାଙ୍କ ସଦଗତି କାମନା କରିଥିଲେ। ସମାଜ ପାଇଁ ସ୍ଵର୍ଗତ ଗଙ୍ଗାଧର ସାହୁଙ୍କ ଅବଦାନ ଓ ସରଳ, ମିଶୁକ ବ୍ୟକ୍ତିତ୍ୱକୁ ସ୍ମରଣ କରି ତାଙ୍କ ବିୟୋଗକୁ ଏକ ଅପୂରଣୀୟ କ୍ଷତି ବୋଲି ଉଲ୍ଲେଖ କରିଥିଲେ। ଏହି ଅବସରରେ ଅନେକ ଦଳୀୟ କର୍ମୀ, ସ୍ଥାନୀୟ ଜନପ୍ରତିନିଧି ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ସ୍ଵର୍ଗତ ଗଙ୍ଗାଧର ସାହୁଙ୍କ ଅମର ଆତ୍ମାଙ୍କ ପ୍ରତି ନୀରବ ପ୍ରାର୍ଥନା ଜଣାଇଥିଲେ।

Also Read

Tags