ବ୍ରହ୍ମପୁର, ୧୨/୫/୨୬ : ସ୍ଥାନୀୟ ଲାଞ୍ଜିପଲ୍ଲୀ ରାଜପଥ ନିକଟରେ ଅବସ୍ଥିତ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ପରିସରରେ ଗତ ୪ ତାରିଖ୍ୟ ରୁ ଦୀର୍ଘ ସାତ ଦିନ ବ୍ୟାପି ଚାଲିଥିବା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ର ପ୍ରାନ୍ତ ସୌଜ ପ୍ରଶିକ୍ଷଣ ଶିବିର (ଜିଲ୍ଲା ସ୍ତରୀୟ )ଉଦଯାପିତ ହୋଇଯାଇଛି l ଏହି ଅବସରରେ ଗତ ୪ ତାରିଖରୁ ପ୍ରତେକ ଦିନ ଧ୍ୟ୍ୟଜା କୁ ବନ୍ଦନା କରି ରାଷ୍ଟୀୟ ସଂଗୀତ ଗାନ କରିବା ପରେ ସମସ୍ତ ସଦସ୍ୟ ଶାରୀରିକ ବ୍ୟାୟାମ, ଯୋଗ ଆସନ, ଦଣ୍ଡ ଚାଳନା, ରଣ କୌଶଳ, ଦିବ୍ୟ ପ୍ରବଚନ, ହିତ ବାଣୀ, ରାଷ୍ଟ୍ର ର ସୁରକ୍ଷା ପାଇଁ ନିଜ ନିଜ ର କର୍ତଵ୍ୟ, ଆମ ହିନ୍ଦୁ ସମାଜ ର ସୁରକ୍ଷା ପାଇଁ ପ୍ରତେକ ହିନ୍ଦୁ ର ଦାୟିତ୍ୱ, ହିନ୍ଦୁ ମନ୍ଦିର ର ସୁରକ୍ଷା ଓ ସାଧୁ ସନ୍ଥ ଙ୍କ ସୁରକ୍ଷା ବିଷୟରେ ଆଲୋଚନା ହୋଇଥିଲା ଉଦଯାପନୀ ଦିବସରେ ମଂଚାସୀନ ଥିଲେ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକ୍ରମ ରୋଧକ ପ୍ରମୁଖ ଶ୍ୟାମ ସୁନ୍ଦର ସାହୁ,ବଜରଙ୍ଗ ଦଳ ପ୍ରାନ୍ତୀୟ ସଂଯୋଜକ, ରାଜୀବ ନେତ୍ର ଖାଡେଙ୍ଗା, ବିଶ୍ୱ ହିନ୍ଦୁ ପରିଷଦ ର ପ୍ରାନ୍ତୀୟ ସହ ସଂଯୋଜକ ଅରୁଣ ପ୍ରସାଦ ପାଢ଼ୀ, ବିଶ୍ୱ ହିନ୍ଦୁ ପରିଷଦ ର କେନ୍ଦ୍ରୀୟ ସହ ସଙ୍ଘଠନ ମନ୍ତ୍ରୀ, ବସନ୍ତ ରାଓ ଦେଶମୁଖ, ବିଶ୍ୱ ହିନ୍ଦୁ ପରିଷଦ ର ପ୍ରାନ୍ତୀୟ ମାର୍ଗ ଦର୍ଶକ ସ୍ୱମୀ ଦେବଦତ୍ତ ମହାରାଜ,ବିଶ୍ୱ ହିନ୍ଦୁ ପରିଷଦ ର ପ୍ରାନ୍ତ ପୋଲିସ ବିଶେଷ ସମ୍ପର୍କ ପ୍ରମୁଖ, ଅଶୋକ ପାଳ, ବଜରଙ୍ଗ ଦଳ ର ପ୍ରାନ୍ତ ସଂଯୋଜକ ପ୍ରଭାତ କୁମାର ତ୍ରିପାଠୀ, ରବି ଭାଇ ବହୁ ରାଷ୍ଟ୍ରୀୟ ସ୍ୱୟଂ ସେବକ କାର୍ଯ୍ୟକର୍ତ୍ତା, ରମେଶ ମହାରଣା, ପତି ସାର, ଜିଲ୍ଲା କୃଷକ ମୋର୍ଚ୍ଚା ର ସଭାପତି ସୂର୍ଯ୍ୟ ନାରାୟଣ ଦାସ,ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରାୟ,ପ୍ରଦୀପ ମିଶ୍ର ଙ୍କ ସମେତ ବହୁ ରାଷ୍ଟ୍ର ପ୍ରେମୀ, ସନାତନ ଧର୍ମ ସୁରକ୍ଷା ର ସଦସ୍ୟ ଉପସ୍ଥିତ ଥିଲେ ।ଏହି ଅବସରରେ ମଂଚାସୀନ ଅତିଥି ମାନେ ନିଜ ବ୍ୟକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ ସନାତନ ଧର୍ମ ର ସୁରକ୍ଷା, ମନ୍ଦିର, ରାଷ୍ଟ୍ରର ସୁରକ୍ଷା, ହିନ୍ଦୁ ସମାଜ ର ସୁରକ୍ଷା ପାଇଁ ଯୁବ ସମାଜ ଆଗକୁ ଆସି ସିପାହୀ ଭଳି କାର୍ଯ୍ୟ ଭାରତ ମାତା ର ସୁରକ୍ଷା କରିବା ଆବଶ୍ୟକ ଅଛି। ପ୍ରାନ୍ତ ସଂଘଠନ ମନ୍ତ୍ରୀ ଶରତ ଚନ୍ଦ୍ର ପ୍ରଧାନ ଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।
ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ର ପ୍ରଶିକ୍ଷଣ ଶିବିର ଉଦଯାପିତ





