ବ୍ରହ୍ମପୁର, ଭାରତୀୟ ଜନତା ପାର୍ଟି(ବିଜେପି)ର ଗଞ୍ଜାମ ଜିଲା ମାଇନରିଟି ସଭାପତି ଭାବେ ମିର୍ଜା ମୁତେଜିମ ବେଗ(ମୁନା ଭାଇ) ମନୋନୀତ ହୋଇଛନ୍ତି l ବିଜେପି ଓଡ଼ିଶା ପକ୍ଷରୁ ଗତକାଲି ରାଜ୍ୟର ବିଭିନ୍ନ ଜିଲା ପାଇଁ ସଂଖ୍ୟାଲଘୁ ସଂପ୍ରଦାୟ ତଥା ମାଇନରିଟି କମିଟିର ଜିଲା ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା l ମିର୍ଜା ମୁତେଜିମଙ୍କୁ ଗଞ୍ଜାମ ଜିଲାର ସଭାପତି ଭାବେ ଦାୟିତ୍ବ ମିଳିବା ପରେ ତାଙ୍କ ସମର୍ଥକଙ୍କ ଗହଣରେ ଖୁସିର ଲହରି ଖେଳିଯାଇଛି l ନୂତନ ଦାୟିତ୍ବ ମିଳିବା ପରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ l ଗଞ୍ଜାମ ଜିଲାର ସଂଖ୍ୟାଲଘୁ ସଂପ୍ରଦାଙ୍କ ଉନ୍ନତି ପାଇଁ ସେ ଉଦ୍ୟମ କରିବେ ବୋଲି କହିଛନ୍ତି l
ଗଞ୍ଜାମ ଜିଲା ମାଇନରିଟି ସଭାପତି ହେଲେ ମାର୍ଜା ମୁତେଜିମ





