ବ୍ରହ୍ମପୁର, *ତା ୧୫ ମଇ ୨୦୨୬* ଦିନ ସ୍ଥାନୀୟ ଆଇଟିଆଇ ଅଡିଟୋରିୟମ୍, ବ୍ରହ୍ମପୁର ଠାରରେ *NSIC* (National Small Industries Corporation) ଓ *ସେବାଧାରା ଫାଉଣ୍ଡେସନ* ର ମିଳିତ ଆନୁକୂଲ୍ୟରେ ଏକ *MSME TEAM* ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ବ୍ୟାଙ୍କ ସମର୍ଥିତ Raising and Accelerating MSME Performance (RAMP) ଯୋଜନା ଅଧୀନରେ ଆରମ୍ଭ ହୋଇଥିବା MSME TEAM Initiativeର ଲକ୍ଷ୍ୟ ହେଉଛି ପାଞ୍ଚ ଲକ୍ଷ ମାଇକ୍ରୋ ଓ କ୍ଷୁଦ୍ର ଉଦ୍ୟମ (MSEs) କୁ OpenNetwork for Digital Commerce (ONDC) ସହିତ ସଂଯୁକ୍ତ କରାଇବା | ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ National Small Industries Corporation Limited (NSIC) ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନେଇଛି ।ସରକାରୀ ଇ-କମର୍ସ ନେଟୱର୍କ ସହିତ MSE ମାନଙ୍କୁ ସଂଯୋଗକରାଇ ଏହି ପଦକ୍ଷେପ ତାଙ୍କୁ ଡିଜିଟାଲ ବଜାରରେ ବ୍ୟାପକ ସୁଯୋଗ ଯୋଗାଇବା ସହିତ ବ୍ୟବସାୟ ବିସ୍ତାର, ବଜାରପହଞ୍ଚ ବୃଦ୍ଧି ଏବଂ ସ୍ଥାୟୀ ଉନ୍ନତିକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା।ଏହି ଯୋଜନା ଅଧୀନରେ କ୍ଷୁଦ୍ର ଉଦ୍ୟମୀମାନଙ୍କୁ ଡିଜିଟାଲସାକ୍ଷରତା, ସଚେତନତା, ପ୍ରଡକ୍ଟ କାଟାଲଗିଂ ଏବଂ ONDC ରେ ଅନ୍ବୋର୍ଡିଂ ସହାୟତା ଯୋଗାଇ ଦିଆଯାଉଛି।କାର୍ଯ୍ୟକ୍ରମରେ ଶତାଧିକ ଉଦ୍ୟୋଗୀ ଉପସ୍ଥିତ ଥିବା ବେଳେ ମହିଳା ନେତୃତ୍ବାଧୀନ ଉଦ୍ୟମୀମାନଙ୍କୁ ବିଶେଷ ଗୁରୁତ୍ବ ଦେବା ଉପରେ ବିଶେଷ ଆଲୋଚନା ହୋଇଥିଲା ।ଏହି କାର୍ଯ୍ୟକ୍ରମରେ NSICର Zonal Manager ଶ୍ରୀ ମନୋଜ ମୋହନ ସିହ୍ନା, Deputy General Manager ଶ୍ରୀ କମଲ ଲୋଚନ ନାୟକ, Chief Manager ଶ୍ରୀ ସୁଜିତ କୁମାର ଶାହା ଉପସ୍ଥିତରହି NSICର ବିଭିନ୍ନ ଯୋଜନା ବିଷୟରେ ସବିଶେଷ ଆଲୋଚନା କରିବା ସହ ଏହି ଯୋଜନା ଗୁଡିକର ଲାଭ ନେବା ପାଇଁ ଉଦ୍ୟୋଗୀ ମାନଙ୍କୁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ FFDC Deputy Director ଶ୍ରୀ ଭି ଭି ରାମାରାଓ, KVIC ନୋଡାଲ ଅଧିକାରୀ ଶ୍ରୀ ଚିତ୍ରସେନ ପ୍ରଧାନ, GM DIC ହୃଷିକେଶ ବେହେରା, MSME-DFO ଅଧିକାରୀ, ସ୍ଥାନୀୟ ବ୍ୟାଙ୍କ ଅଧିକାରୀ, ଗଞ୍ଜାମ କାଜୁ ପ୍ରୋସେସର ଆସୋସିଏସନ, ରାଇସ ମିଲର ଆସୋସିଏସନର ସଭାପତି ସମ୍ପାଦକ, ସେବାଧାରା ଫାଉଣ୍ଡେସନ ଚେୟାରମ୍ୟାନ ଡ଼ଃ ସତ୍ୟପ୍ରକାଶ ମିଶ୍ର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସେବାଧାରା ଫାଉଣ୍ଡେସନ ତରଫରୁ ଶ୍ରୀ ଗାମା ସିଗ୍ମା ଧନ୍ୟବାଦ ଅର୍ପଣ କରିଥିବାବେଳେ, ଶ୍ରୀ ଗୋପବନ୍ଧୁ ଜେନା, ଚନ୍ଦନ ମାଇତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ Seller Network Participants (SNP) ଙ୍କ ଦ୍ଵାରା ଉଦ୍ୟୋଗୀ ମାନଙ୍କର ମାଗଣାରେ ONDC ପଞ୍ଜିକରଣ କରାଯାଇଥିଲା । ଆର୍ଥିକ ସଂସ୍ଥାମାନଙ୍କର ବରିଷ୍ଠ ଅଏହି ପଦକ୍ଷେପ ଓଡ଼ିଶାର MSME ମାନଙ୍କୁ ବଜାର ପହଞ୍ଚ ବୃଦ୍ଧି, ଡିଜିଟାଲ ସମାବେଶ ଏବଂ ରୋଜଗାର ସୃଷ୍ଟି ମାଧ୍ଯମରେ ସଶକ୍ତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି
ବ୍ରହ୍ମପୁର ଠାରେ “NSIC” ଓ ସେବାଧାରା ଫାଉଣ୍ଡେସନ”ର ମିଳିତ ଆନୁକୂଲ୍ୟରେ ଏକ “MSME TEAM”ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି





