ବ୍ରହ୍ମପୁର, ସଦ୍ୟ ପ୍ରକାଶିତ ସି.ବି.ଏସ. ଇ ପରୀକ୍ଷାରେ ବ୍ରହ୍ମପୁର ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ର ଛାତ୍ର ସମ୍ବିତ୍ କୁମାର ପାତ୍ର ୯୬% ମାର୍କ୍ ରଖି ସାରା ଗଞ୍ଜାମ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ଅନୁଷ୍ଠାନ ର ନାମ କୁ ଗୌରବାନ୍ୱିତ କରିଛନ୍ତି । କୁକୁଡ଼ା ଖଣ୍ଡି ର ସ୍ୱର୍ଗତ ପ୍ରଦୀପ କୁମାର ପାତ୍ର ଓ ଅଧ୍ୟାପିକା ସୁଷୁମା ରାଣୀ ପାତ୍ର ଙ୍କ ପୁତ୍ର ନିର୍ମଳ ଶାନ୍ତ ସ୍ୱଭାବ ର ସମ୍ବିତ୍ ଛୋଟ ସମୟରୁ ହିଁ ଜଣେ ମେଧାବୀ ଛାତ୍ର ଥିଲେ । ଦଶମ ଶ୍ରେଣୀ ପରୀକ୍ଷାରେ ବି ସେ ୯୭.୨% ଶତକଡା ମାର୍କ ରଖି ଥିଲେ ।ଭବିଷ୍ୟତରେ ଜଣେ ଉତ୍ତମ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଥିବା ସମ୍ବିତ୍ ଏହି ସଫଳତାର ଶ୍ରେୟ ନିଜ ବିଦ୍ୟାଳୟ *ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ବ୍ରହ୍ମପୁର କୁ ଦେଇ ଏହାର ଶିକ୍ଷାଦାନ ଶୈଳୀ, ଶୃଙ୍ଖଳା, ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଛାତ୍ର ଛାତ୍ରୀଙ୍କ ମାର୍ଗ ଦର୍ଶନ କୁ ଭୂୟସୀ ପ୍ରଶଂସା କରି ଏଠି ଶିକ୍ଷା ଗ୍ରହଣ କରି ଥିବାରୁ ଏହି ସଫଳତା ପାଇଲି ବୋଲି କହିଛନ୍ତି ।ତାଙ୍କ ମାତା ଏହି ଫଳାଫଳ ରେ ଖୁସି ବ୍ୟକ୍ତ କରି ଅନୁଷ୍ଠାନ ର ନିର୍ଦ୍ଦେଶକ ଇ. ଅଶୋକ କୁମାର ପାଳ ସମେତ ଅଧ୍ୟକ୍ଷ ସତ୍ୟନାରାୟଣ ସାହୁ ଉପାଧ୍ୟକ୍ଷା ପି ସରିତା ବିଭାଗୀୟ ସଂଯୋଜକ ପ୍ରଶାନ୍ତ ଚନ୍ଦ୍ର ମାଥନ ଶୈକ୍ଷିକ ପ୍ରମୁଖ ପ୍ରମୋଦ କୁମାର ପତି ପ୍ରଶାସକ ରମା କାନ୍ତ ରଥ ରଶ୍ମି ରଞ୍ଜନ ସାହୁ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।ପ୍ରକାଶ ଥାଉକି ଏହି ଅନୁଷ୍ଠାନ ଇଂରାଜୀ ମାଧ୍ୟମହେଲେ ହେଁ ଭାରତୀୟ ଶିକ୍ଷାପଦ୍ଧତି ଆଉ ସଂସ୍କାର ଆପଣେଇ ପ୍ରତି ବର୍ଷ ଶତ ପ୍ରତିଶତ ସଫଳତା ପ୍ରାପ୍ତ କରି ଆସୁଅଛି ।
ସି.ବି.ଏସ.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ର ସମ୍ବିତ୍ କୁମାର ପାତ୍ର ଗଞ୍ଜାମ ଜିଲ୍ଲା ଟପ୍ପର





