ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ବୈଠକ। ସଂଘ ବାହାରେ ଥିବା ନିର୍ଦ୍ଦେଶକଙ୍କୁ ଏକତ୍ରୀତ କରିବାକୁ ହବ ଉଦ୍ୟମ –ରାଜଗୋପାଳ ପାଢ଼ୀ। ବ୍ରହ୍ମପୁର –ଓଡିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଞ୍ଜାମ ଶାଖାର ଏକ ଗୁରୁତ୍ୱପୂର୍ଣ ସାଙ୍ଗଠନିକ ବୈଠକ ରବିବାର ବ୍ରହ୍ମପୁର ସର୍କିଟ ହାଉସ ପରିସରରେ ସଂଘ ସଭାପତି ରାଜ ଗୋପାଳ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବହୁ ବାଦ ବିବାଦ ସତ୍ତ୍ୱେ ଚଳିତ ବର୍ଷ ସଫଳତାର ସହିତ ଜିଲ୍ଲା ପ୍ରଶାସନର ଆଚରଣ ସଂହିତାକୁ ସମ୍ମାନ ଦେଇ ସାମାଜିକ ଓ ସଂସ୍କୃତିଧର୍ମୀ ନାଟକ ଅଶ୍ଳୀଳତା ବିହୀନ ମଞ୍ଚସ୍ଥ କରାଯିବା ନେଇ ବୈଠକରେ ସାଧୁବାଦ ଦିଆଯାଇଥିଲା। ସଂଘ ବାହାରେ ଥିବା କିମ୍ବା କୌଣସି କାରଣରୁ ସଂଘରୁ ଦୁରେଇ ରହିଥିବା ନିର୍ଦ୍ଦେଶକ ବନ୍ଧୁଙ୍କୁ ଏକତ୍ରୀତ କରି ଏକକ ସଂଘ କରିବା ନେଇ ବୈଠକରେ ସଂଘ ସଭାପତି ଆହ୍ୱାନ ଦେଇଥିଲେ। ସଂଘ ସମ୍ପାଦକ ଭାସ୍କର ସେନାପତି ବିବରଣୀ ପଠନ କରିଥିବା ବେଳେ କୋଷାଧ୍ୟାକ୍ଷ ଗୌତମ ବାଡତ୍ୟା ବାର୍ଷିକ ଉତ୍ସବର ଆୟବ୍ୟୟ ହିସାବ ବୈଠକରେ ଉପସ୍ଥାପନା କରିଥିଲେ। ନୂତନ ସଦସ୍ୟଙ୍କ ପାଇଁ ନିର୍ଦ୍ଦେଶକ ସଂଘର ଦରଜା ଖୋଲା ରହିଛି ବୋଲି ରାଜ୍ୟ ସଂଗଠନର ବରିଷ୍ଠ ଉପଦେଷ୍ଟା ମଦନ ମିଶ୍ର କହିଥିବା ବେଳେ ରାଜ୍ୟ ସଂଘ ଉପଦେଷ୍ଟା ରମେଶ ମହାରଣା ଅନୁଶାସନ କଡାକଡି କରି ସଂଘର କାର୍ଯ୍ୟକ୍ରମ ଜାରି ରହୁ ବୋଲି କହିଥିଲେ। ବୈଠକରେ ବରିଷ୍ଠ ସଦସ୍ୟ ବିଜୟ କୁମାର ପାତ୍ର, ରମାକାନ୍ତ ଆଚାର୍ଯ୍ୟ, ରବୀନ୍ଦ୍ର ଗୌଡ଼, ପଦ୍ମଲୋଚନ ସାହୁ,ସିଲୁ ବେଜ, ଡେ଼ନାମ କୁମାର, ନିରଞ୍ଜନ ବାଡତ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ସଦାନନ୍ଦ ରଣା ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ରହ୍ମପୁର –ଓଡିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଞ୍ଜାମ ଶାଖାର ଏକ ଗୁରୁତ୍ୱପୂର୍ଣ ସାଙ୍ଗଠନିକ ବୈଠକ





