ବ୍ରହ୍ମପୁର ରେ ପାଳନ ହେଲା ଆର୍ଟ ଅଫ ଗିଭିଂ।

Pradeep Kar

ବ୍ରହ୍ମପୁର, : ୧୭/୫ ଦେବାର କଳା ଜାଣିଥିଲେ ଦେବାରେ ଆନନ୍ଦ ମିିଳିଥାଏ। ଏହାକୁ ସାକାର କରିବା ପାଇଁ ଏବଂ ଦେଶ ବିଦେଶରେ ପ୍ରତିଟି ଲୋକଙ୍କ ନିକଟରେ ଏହି ବାର୍ତ୍ତା କୁ ପହଞ୍ଚାଇବା ପାଇଁ ୨୦୧୩ ମସିହାରୁ ଏହି ଦିବସ ପାଳନ ହୋଇ ଆସୁଛି । ସମାଜସେବୀ ତଥା ଶିକ୍ଷାବିତ୍ ଡ. ଅଚ୍ୟୁତ୍ ସାମନ୍ତ ଏହି ମହାନ୍ ବିଚାରଧାରାକୁ ଆଧାର କରି ୨୦୧୩ ମସିହା ମେ ୧୭ ତାରିଖରେ ଆରମ୍ଭ କରିଥିଲେ ଏହି ଆର୍ଟ ଅଫ ଗିଭିଂ ର ଚିନ୍ତାଧାରା । ଆଉ ସେବେ ଠାରୁ ପ୍ରତିବର୍ଷ ଏହି ଦିବସ ସମଗ୍ର ଓଡ଼ିଶା ଏବଂ ଭାରତର ଅନେକ ସହର ସମେତ ଭାରତ ବାହାରେ ବହୁ ଦେଶରେ ଆନନ୍ଦ ଉଲ୍ଲାସର ସହ ଏହା ପାଳନ ହୋଇ ଆସୁଛି । ଈଶ୍ୱର ଆମକୁ ଯାହା ଦେଇଛନ୍ତି ସେସବୁ କେବଳ ନିଜ ପାଖରେ ନରଖି ସମାଜର ସବୁ ବର୍ଗର ସବୁ ଶ୍ରେଣୀର ଲୋକଙ୍କ ନିକଟରେ ପହଞ୍ଚାଇବାର କଳା ହେଉଛି ଆର୍ଟ ଅଫ ଗିଭିଂ । ଏହି କ୍ରମରେ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ରର ପ୍ରେକ୍ଷାଳୟରେ ଆର୍ଟ ଅଫ ଗିଭିଂ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ ଓ କିସ୍ ର ଡ. ସିମାଞ୍ଚଳ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଖଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ଗଛର ମଣିଷ ସୁବାସ ମହାରଣା, ସଂସ୍କୃତି ପ୍ରେମୀ ଜାମିନିକାନ୍ତ ଦାଶ, ସମାଜସେବୀ ତଥା ବିଜେପି ନେତା କାହ୍ନୁଚରଣ ପତି ପ୍ରମୁଖ ଅତିଥି ରୂପେ ଯୋଗଦାନ କରିଥିଲେ । ଅତିଥି ମାନେ ଡ. ଅଚ୍ୟୁତ ସାମନ୍ତଙ୍କ ର ସମାଜ ପାଇଁ ଏପରି ମାର୍ଗଦର୍ଶନକୁ ଭୂୟଂସୀ ପ୍ରଶଂସା କରିବା ସହ ଆର୍ଟ ଅଫ ଗିଭିଂ ର ଏହି ବିଚାର ଧାରା କୁ ଆହୁରି ଅଧିକରୁ ଅଧିକ ଲୋକଙ୍କ ନିକଟକୁ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ । ଏହି କ୍ରମରେ ସମାଜସେବୀ ଦେବାଶିଷ ମିଶ୍ର, ଏସ୍ . ଅଜିତ ପାତ୍ର, ଉଷା ରାଣୀ ମହାପାତ୍ର, କାହ୍ନୁଚରଣ ବେହେରା ପ୍ରମୁଖଙ୍କୁ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କୁନି କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥଲା ଓ ସମସ୍ତଙ୍କୁ ଉପହାର ପେକେଟ୍ ପ୍ରଦାନ କରାଯାଇଥିଲା । ଶେଷରେ କିସ ର ଛାୟା କାନ୍ତ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅଶୋକ କୁମାର ମିଶ୍ର, ଶ୍ରୀକାନ୍ତ କୁମାର ମିଶ୍ର, ଭଗବାନ ମଲ୍ଲିକ, ଶିବ ପ୍ରସାଦ ପାଢ଼ୀ, ଦିଲ୍ଲୀପ କୁମାର ଆଚାର୍ଯ୍ୟ, ବିଜୟ ପାତ୍ର, ସୁଶାନ୍ତ ପଟନାୟକ,ମାନସ, ଟୁଟୁ, ରବିନ୍ଦ୍ର , ସଞ୍ଜିତ ପ୍ରମୁ୍‌ଖ ସହଯୋଗ କରିଥିଲେ ।

Also Read

Tags