ଖଲ୍ଲିକୋଟ ବ୍ଲକ ରେ ଆରମ୍ଭ ହେଲା ଆମ ଗଞ୍ଜାମ, ସ୍ବଛ ଗଞ୍ଜାମ

Pradeep Kar

ଖଲ୍ଲିକୋଟ -୧୯/୦୫/୨୦୨୬-ଗଞ୍ଜାମ ଜିଲ୍ଲାକୁ ସ୍ବଛ ଓ ସୁନ୍ଦର କରି ଗଢି ତୋଳିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଆମ ଗଞ୍ଜାମ, ସ୍ବଛ ଗଞ୍ଜାମ ଅଭିଯାନ। ଏହି ଅଭିଯାନର ଲକ୍ଷ୍ୟ ହେଉଛି ଜିଲ୍ଲାରୁ ପ୍ଲାଷ୍ଟିକ ବ୍ୟବହାର କମାଇବା ଓ ସ୍ବଛ ପରିବେଶ ସୃଷ୍ଟି କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବଛ ଭାରତ ମିଶନକୁ ଗୁରୁତ୍ୱ ଦିଆଯାଇଛି। ଗ୍ରାମାଞ୍ଚଳରେ ସ୍ବଛତା ସଚେତନତା ବଢାଇବା ପାଇଁ ପ୍ରଶାସନ ଏହି କାର୍ଯ୍ୟକ୍ରମକୁ ଆପଣାଇଛି। ସପ୍ତାହର ପ୍ରତ୍ୟେକ ମଙ୍ଗଳବାର ଦିନ ଜିଲ୍ଲାର ପ୍ରତ୍ୟେକ ବ୍ଳକର ଗୋଟିଏ ପଞ୍ଚାୟତରେ ଏହି ଅଭିଯାନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହ ସଫା ସୁତୁରା କରାଯିବ। ଯେଉଁଥିରେ ଛାତ୍ରଛାତ୍ରୀ, ଯୁବକ ଯୁବତୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମଧ୍ୟ ସାମିଲ ହୋଇବେ । ଖଲ୍ଲିକୋଟ ବ୍ଳକର ଡିମିରିଆ ପଞ୍ଚାୟତରୁ ଏହି ଅଭିଯାନ ଆରମ୍ଭ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ପି ଡି ସମିର କୁମାର ଜେନା, ବିଡ଼ିଓ ଦେବାଶିଷ ସାମଲ,ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ରିତେଶ ମିଶ୍ର, ବିପିଏମ କାଦମ୍ବିନୀ ନାୟକ, ପୂର୍ବତନ ସରପଞ୍ଚ ମନୋଜ କୁମାର ଗୌଡଙ୍କ ସମେତ ଅନ୍ୟାନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ। ଡିମିରିଆ ଗ୍ରାମର ରାସ୍ତା ଘାଟ, ନାଳ ଓ ପୋଖରୀ ହୁଡା ସଫା କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କୁ ଖାତା, ପେନ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା।

Also Read

Tags