ବ୍ରହ୍ମପୁର, ୧୯ ମେ ୨୦୨୬ : ରୁଷର ମସ୍କୋ ଅଞ୍ଚଳରେ ହୋଇଥିବା ଏକ ଭୟାବହ ଡ୍ରୋନ୍ ଆକ୍ରମଣରେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଧବନ୍ଧ ଗ୍ରାମର ଓଡ଼ିଆ ଯୁବକ ଏ. ରାମାୟା (୩୦)ଙ୍କ ଆକସ୍ମିକ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବେରହମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ। ଏହି ଦୁଃଖଦ ସମୟରେ ସାଂସଦ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ ସେମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ପରିବାରକୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ସାଂସଦ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଜରୁରୀ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି।**ସଂସଦୀୟ ବୈଦେଶିକ ବ୍ୟାପାର କମିଟିର ସଦସ୍ୟ** ଭାବେ ଡ. ପାଣିଗ୍ରାହୀ ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ଗତ ରବିବାର ଭୋର ସମୟରେ ମସ୍କୋର ଗାଜପ୍ରୋମ୍ (Gazprom) ତୈଳ ବିଶୋଧନାଗାରରେ ନାଇଟ୍ ସିଫ୍ଟ ସାରି ବସକୁ ଅପେକ୍ଷା କରିଥିବା ବେଳେ ୟୁକ୍ରେନ ସେନା ଦ୍ୱାରା ହୋଇଥିବା
ମସ୍କୋ ଡ୍ରୋନ୍ ଆକ୍ରମଣରେ ଗଞ୍ଜାମର ଯୁବକଙ୍କ ମୃତ୍ୟୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ





