ବ୍ରହ୍ମପୁର ସୃଷ୍ଟି କଲେଜ୍ ର ଅଦ୍ଭୁତପୂର୍ବ ସଫଳତା

Pradeep Kar

ଚଳିତ ବର୍ଷ ପ୍ରକାଶିତ +୨ ଦ୍ୱିତୀୟ ବର୍ଷ ପରୀକ୍ଷା ଫଳାଫଳରେ The Sristi Residential Higher Secondary School, Berhampur ର ଛାତ୍ରଛାତ୍ରୀମାନେ ଅଦ୍ଭୁତ ସଫଳତା ଅର୍ଜନ କରି କଲେଜର ଗୌରବକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ଏହି ବର୍ଷ ମୋଟ ୯୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକ ଉତ୍କୃଷ୍ଟ ନମ୍ବର ରଖି ସଫଳତାର ନୂଆ ଇତିହାସ ସୃଷ୍ଟି କରିଛନ୍ତି।ଫଳାଫଳ ଅନୁସାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ୭ ଜଣ ଛାତ୍ରଛାତ୍ରୀ ଅର୍ଜନ କରିଥିବାବେଳେ, ୮୦ରୁ ୮୯ ପ୍ରତିଶତ ମଧ୍ୟରେ ୨୧ ଜଣ, ୭୦ରୁ ୭୯ ପ୍ରତିଶତ ମଧ୍ୟରେ ୩୩ ଜଣ, ୬୦ରୁ ୬୯ ପ୍ରତିଶତ ମଧ୍ୟରେ ୩୦ ଜଣ ଏବଂ ୪ ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ କମ୍ ନମ୍ବର ରଖିଛନ୍ତି। ଏହି ସଫଳତାର ଶୀର୍ଷରେ ରହିଛନ୍ତି ଶ୍ରୀୟା ବେହେରା ସେ ୬୦୦ରୁ ୫୭୨ ନମ୍ବର ରଖି ୯୫.୩୩ ପ୍ରତିଶତ ଅର୍ଜନ କରି କଲେଜର ସମ୍ମାନକୁ ଦ୍ୱିଗୁଣିତ କରିଛନ୍ତି। ଏହି ସଫଳତା ପାଇଁ ପରିଚାଳନା ସମିତି ଅଧ୍ୟକ୍ଷ- ଗୀତାଞ୍ଜଳି ପାଢ଼ୀ, ନିର୍ଦ୍ଦେଶକ- ଅନୁପ କୁମାର ପାଢ଼ୀ, ସମ୍ପାଦକ- ଆଶୁତୋଷ ପାଢ଼ୀ, ପ୍ରାଚାର୍ଯ୍ୟ – କେଦାର ନାଥ ମିଶ୍ରଙ୍କ ସମେତ ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଓ ଅଭିଭାବକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Also Read

Tags