ବସ ସହ ଅଟୋ ମୁହାଁମୁହିଁ ଧକ୍କା ୬ ମୃତ, ୫ ଗୁରୁତର

Pradeep Kar

ପୁରୁଷୋତ୍ତମପୁର ଥାନା ଅଧିନ ଲଡକାପଲ୍ଲୀ ଛକରେ ବସ – ଅଟୋ ମୁହାଁମୁହିଁ ଧକ୍କାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବ୍ରହ୍ମପୁର MKCG ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଅବସରରେ ତା.୨୨/୦୫/୨୦୨୬ (ଶୁକ୍ରବାର) ଅପରାହ୍ନ ଘ.୩ : ୩୦ ସମୟରେ ରାଜ୍ୟ ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏବଂ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବଡ଼ ମେଡ଼ିକାଲ୍ ଯାଇ ଆହାତଙ୍କୁ ଭେଟିଲେ।

Also Read

Tags