ପରଵର୍ତ୍ତି ପୋଲିସ ମହାନିର୍ଦ୍ଦେଶକ ପଦବୀ ପାଇଁ ୧୧ଜଣ ଆଇ ପି ଏସ୍ ଅଧିକାରୀଙ୍କ ନାଁ ୟୁ ପି ଏସ୍ ସି କୁ ସୁପାରିଶ କରିଛନ୍ତି ଓଡିଶା ସରକାର । ଏହି ନାଁ ମଧ୍ୟରେ ପ୍ରମୁଖ ରହିଛି ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ କୁମାର ନାଥ,ଆର୍ ପି କୋଚେ,ସଂଜୀଵ ପଣ୍ଡା,ୟସଓ୍ବନ୍ତ ଜେଠଓ୍ବା,ରିତୁ ଅରୋରା,ସୈ।ମେନ୍ଦ୍ର ପ୍ରିୟଦର୍ଶୀ, ସନ୍ତୋଷ ଵାଲା ,ପି ଏସ୍ ରଣପିସେ,ଅରୁଣ ଵୋଥ୍ରା ଓ ସୁନୀତା କାକ୍ରାନ। ଏମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ସରକାର କେବଳ ୩ଜଣଙ୍କ ନାଁ ସୁପାରିଶ କରିଥିଲେ।ପରେ ୟୁ ପି ଏସ୍ ସି ଆଉ ଅଧିକ ଆଇ ପି ଏସ୍ ଙ୍କ ନାଁ ସୁପାରିଶ କରିବାକୁ ପରାମର୍ଶ ଦେଇଥିଲା। ଏହି ଆଧାରରେ ଓଡିଶା ସରକାର ୧୧ଜଣ ଆଇ ପି ଏସ୍ ଅଫିସରଙ୍କ ନାଁ ପୋଲିସ ମହାନିର୍ଦ୍ଦେଶକ ପଦବୀ ପାଇଁ ସୁପାରିଶ କରିଛନ୍ତି। ଏମାନଙ୍କ ମଧ୍ୟରୁ ୩ଜଣଙ୍କ ନାଁ ସର୍ଟ ଲିଷ୍ଟ କରି ୟୁ ପି ଏସ୍ ସି ରାଜ୍ୟ ସରକାରଙ୍କ ପାଖକୁ ପଠାଇବେ ଓ ରାଜ୍ୟ ସରକାର ଏହି ତିନି ଜଣଙ୍କ ମଧ୍ୟରୁ ନିଜ ପସନ୍ଦ ଅନୁସାରେ ଜଣେ ଆଇ ପି ଏସ୍ ଅଧିକାରୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତ କରିବେ। ଆସନ୍ତା ଅଗଷ୍ଟ ମାସରେ ବର୍ତ୍ତମାର ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ ବି ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଛି।




