ଖଲ୍ଲିକୋଟ ଏନ୍ ଏ ସି ରେ ଆରମ୍ଭ ହେଲା ଆମ ଗଞ୍ଜାମ, ସ୍ବଛ ଗଞ୍ଜାମ ଅଭିଯାନ। ଜଗନ୍ନାଥ ମନ୍ଦିର ରୁ ଆରମ୍ଭ ହେଲା ଖଲ୍ଲିକୋଟ ଏନ୍ ଏ ସି ର ସ୍ବଛତା ଅଭିଯାନ

Pradeep Kar

ଖଲ୍ଲିକୋଟ –ଗଞ୍ଜାମ ଜିଲ୍ଲାକୁ ସ୍ବଛ ଓ ସୁନ୍ଦର କରି ଗଢି ତୋଳିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଆମ ଗଞ୍ଜାମ, ସ୍ବଛ ଗଞ୍ଜାମ ଅଭିଯାନ। ଏହି ଅଭିଯାନର ଲକ୍ଷ୍ୟ ହେଉଛି ଜିଲ୍ଲାରୁ ପ୍ଲାଷ୍ଟିକ ବ୍ୟବହାର କମାଇବା ଓ ସ୍ବଛ ପରିବେଶ ସୃଷ୍ଟି କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବଛ ଭାରତ ମିଶନକୁ ଗୁରୁତ୍ୱ ଦିଆଯାଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ସ୍ବଛତା ସଚେତନତା ବଢାଇବା ପାଇଁ ପ୍ରଶାସନ ଏହି କାର୍ଯ୍ୟକ୍ରମକୁ ଆପଣାଇଛି। ସପ୍ତାହର ପ୍ରତ୍ୟେକ ମଙ୍ଗଳବାର ଦିନ ଖଲ୍ଲିକୋଟ ଏନ୍ ଏ ସି ର ଗୋଟିଏ ଗୋଟିଏ ୱାର୍ଡ ରେ ଏହି ଅଭିଯାନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହ ସଫା ସୁତୁରା କରାଯିବ। ଯେଉଁଥିରେ ଛାତ୍ରଛାତ୍ରୀ, ଯୁବକ ଯୁବତୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମଧ୍ୟ ସାମିଲ ହୋଇବେ । ଖଲ୍ଲିକୋଟ ଏନ୍ ଏ ସି ର ୩ ନମ୍ୱର ୱାର୍ଡ ଥିବା ଜଗନ୍ନାଥ ମନ୍ଦିର ର ଚତୁର୍ପାର୍ଶ୍ୱ କୁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ସଚେତନତା ଅଭିଯାନରେ ଏନ୍ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଖାଡ଼ଙ୍ଗା,କାଉନସିଲର ପ୍ରଦୀପ କୁମାର ପଟ୍ଟନାୟକ ,ସୁଜାତା ସାମନ୍ତ , ବିପନ ବିହାରୀ ସାମନ୍ତ,ଦେବାଶିଷ ସାମନ୍ତ,ଆର୍ଟ କଲେଜର ଛାତ୍ର ଛାତ୍ରୀଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସମେତ ଅନ୍ୟାନ୍ୟ ସରକାରୀ ଅଧିକାରୀ , ସ୍ବଚ୍ଛ ସାଥୀ ମାନେ ଉପସ୍ଥିତ ଥିଲେ। ସମସ୍ତଙ୍କୁ ଗ୍ଲୁକୋଜ ଓ ଜଳଖିଆ ବଣ୍ଟନ କରାଯାଇଥିଲା।

Also Read

Tags