ଭଞ୍ଜନଗର: ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଶେଷ ଦିନରେ ଯାତ୍ରା କମିଟି ପକ୍ଷରୁ ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟଙ୍ଗ ପୂପିଲ୍ସ ର ଅଧକ୍ଷ ଶ୍ରୀ ଭବାନୀ ଶଙ୍କର ପାଢ଼ୀଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧନା କରାଯାଇଥିଲା।। ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବତିଶି ବେଶ ମହୋତ୍ସବ ଭଞ୍ଜନଗର ଯାତ୍ରା କମିଟି ସହୋଜଗରେ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମେ ମାସ ଦଶରୁ ଆରମ୍ଭ ହୋଇ ବାଇଶି ରିଖ ରେ ସମାପନ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ପାଢ଼ୀଙ୍କ ସମେତ ଓଡ଼ିଶାର ଅନେକ ସୁନାମ ଧନ୍ୟ ଦୃଷ୍ଟି ବାଧିତ କଳାକାର ମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ମହିମା ବିଷୟରେ ପାଢ଼ୀ ଉପୋସ୍ଥିତ ଥିବା ସମସ୍ତ ଭକ୍ତ ମାନଙ୍କୁ ଅମୃତ ବାଣୀ ପ୍ରଦାନ କରିବା ସହ, ଚକ୍ଷୁଦାନ, ରକ୍ତଦାନ, ନିଶାନିବାରଣ, ବୃକ୍ଷରୋପଣ, ଗୋମାତା ସୁରକ୍ଷା ଅଭିଯାନ ରେ ସାମିଲ ହେବା ସହ ସମାଜରେ ବସ ବାସ କରୁଥିବା ଦୀନ, ଦୁଃଖୀ, ଅସହାୟ, ଗରୀବ, ବୃଦ୍ଧ ଦିବ୍ୟଙ୍ଗ ମାନଙ୍କ ପ୍ରତି ହୃଦୟରେ ସଦ୍ଭାବନା ଜାଗ୍ରତ କରାଇବା ଭଳି ବାଣୀ ପ୍ରଦାନ କରିଥଲେ। ଯାତ୍ରା କମିଟି ର ମୁଖ୍ୟ ଉପୋଦେଷ୍ଟା, ଭଂଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାଏକ, ତତ୍ ସହିତ ସମସ୍ତ ଯାତ୍ରା କମିଟିର ସଦସ୍ୟମାନଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ ଭବାନୀ ଶଙ୍କର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ଶ୍ରୀ ଜଗନ୍ନାଥ ଙ୍କ ୩୨ ବେଶ ମହୋତ୍ସବରେ ସମାପନ କରିଥଲେ।
ଭଞ୍ଜନଗରରେ ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ସମାଜ ସେବୀ ଭବାନୀ ଶଙ୍କର ପାଢ଼ୀଙ୍କୁ ସମ୍ବର୍ଦ୍ଧିତ





