ଓଡ଼ିଶାର ମହାନ୍ ପରମ୍ପରାକୁ ଉଜ୍ଜୀବିତ କରିବା ରଜୋ ମୋହତ୍ସବ ଆୟୋଜନର ଆଭିମୁଖ୍ୟ

Pradeep Kar

ବ୍ରହ୍ମପୁର, 0୧l0୬ : ଓଡ଼ିଶାର ସଂସ୍କୃତି ପ୍ରକୃତି ନିବେଦିତ l ଦାରୁଦେବତା ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଉଡ୍ର ସଂସ୍କୃତି ଓ ଉଡ୍ର ପରମ୍ପରା ସାରା ବିଶ୍ୱରେ ସ୍ୱତନ୍ତ୍ରତା ପ୍ରତିପାଦନ କରି ଆସିଅଛି l ସମୂହ ମିଳନ ଓ ଆତ୍ମୀୟତାର ଗଣପର୍ବ ରଜ ଆମ ଅସ୍ମିତାର ମହାନ୍ ପର୍ବ ବୋଲି ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା-ସାହିତ୍ୟ ବିଭାଗ ମୁଖ୍ୟ ଡ. କୁଳମଣି ଓଝା ମତବ୍ୟକ୍ତ କରିଛନ୍ତି l ‘ଅଳ୍ପରେ ପ୍ରେମ’ର ସଂପାଦକ ନଳିନୀକାନ୍ତ ଗୌଡ଼ଙ୍କ ପ୍ରତ୍ୟକ୍ଷ ପ୍ରୟାସ ଓ ସଂଚାଳନାରେ ଉତ୍କଳ ଆଶ୍ରମ ପୁସ୍ତକ ଭାବନରେ ଆୟୋଜିତ ‘ରଜମଉଜ’ ପ୍ରତିଯୋଗିତାରେ ଆମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଡ. ଓଝା ରଜୋତ୍ସବର ଆଧ୍ୟାତ୍ମିକ ଓ ପର୍ଯ୍ୟାବରଣୀୟ ମହତ୍ତ୍ୱ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରବିବାର ପୂର୍ବାହ୍ଣରେ ଚିତ୍ରାଙ୍କନ, ହୁଳହୁଳି, ଶଙ୍ଖବାଦନ, କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ସନ୍ଧ୍ୟାରେ ନୃତ୍ୟ, ସଂଗୀତ ଓ ପାରମ୍ପରିକ ଫେସନ୍ ଶୋ ପ୍ରତିଯୋଗିତାରେ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ସାଂସ୍କୃତିକ ସଂଯୋଜକ ସତ୍ୟ ମହାରଣା ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଚାରକ ରୂପେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ରବୀନ୍ଦ୍ରନାଥ ସାମଲ ହୁଳହୁଳି ଓ ଶଙ୍ଖଧ୍ୱନି ପ୍ରତିଯୋଗିତା, ଡ. କୁଳମଣି ଓଝା କବିତା ଲିଖନ ପ୍ରତିଯୋଗିତା, ସଂଗ୍ରାମ ଶେଖର ପଟ୍ଟନାୟକ ଓ ରଶ୍ମିରଞ୍ଜନ ସାହୁ ସଂଗୀତ ପ୍ରତିଯୋଗିତା, ସଂଗୀତା ପାଣିଗ୍ରାହୀ ଓ ରାଧାଶ୍ୟାମ ତରାଇ ନୃତ୍ୟ ପ୍ରତିଯୋଗିତା, ଚିତ୍ରାଭିନେତ୍ରୀ କିରଣ ଚୌଧୁରୀ, କରିସ୍ମା ସାହୁ ଓ କରିସ୍ମା ପାତ୍ର ପାରମ୍ପରିକ ଫ୍ୟାସନ୍ ଶୋ ପ୍ରତିଯୋଗିତାର ବିଚାରକ ରୂପେ ପ୍ରତିଭା ମୂଲ୍ୟାୟନ କରିଥିଲେ l ବାଦ୍ୟଯନ୍ତ୍ରରେ ଚୈତନ୍ୟ କୁମାର ଓ ଜିତୁ ସହଯୋଗିତା କରିଥିଲେ l ଆଗାମୀ ଜୁନ୍ ୧୫ ତାରିଖ ଦିନ ଉତ୍କଳ ଆଶ୍ରମ ରୋଡ୍ ସ୍ଥିତ ଅଭିନନ୍ଦନ କଲ୍ୟାଣ ମଣ୍ଡପ ପରିସରରେ ଅଳ୍ପରେ ପ୍ରେମ ପ୍ରାୟୋଜିତ ରଜମଉଜ-୨0୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଆଜିର ଏହି ସାଂସ୍କୃତିକ ପ୍ରତିଯୋଗିତା ପରିଚାଳନାରେ ମନୋଜ କୁମାର ସାହୁ, ପ୍ରଭାତ କୁମାର ସାହୁ, ନରେନ୍ଦ୍ର ଆଚାର୍ଯ୍ୟ, ଗୀତାଞ୍ଜଳି ସାହୁ, ରଂଜିତା ପାତ୍ର, ପ୍ରୀତି ସାହୁ, ରଶ୍ମିତା ଆଚାର୍ଯ୍ୟ, ଅନୀତା ଯାଦବ, ନିଖିଳେଶ ଆଚାର୍ଯ୍ୟ, କୈଳାଶ ପାଣିଗ୍ରାହୀ, ଆରତି ସାମଲ, ରଶ୍ମିତା ସାମଲ, କାଳିପ୍ରସାଦ ନାୟକ ଓ ବାଲାଜୀ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ସଂପାଦକ ନଳିନୀକାନ୍ତ ଗୌଡ଼ ସମସ୍ତ ଅତିଥି, ବିଚାରକ, ପ୍ରତିଯୋଗୀ ଓ ଅଭିଭାବକମାନଙ୍କୁ ଧନ୍ୟବାଦ ଅର୍ପଣ ସହ କୃତଜ୍ଞତା ଜଣାଇଥିଲେ l

Also Read

Tags