ବ୍ରହ୍ମପୁର, ୦୧/୬ : ଜଗଦଳପୁର ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା ପହଞ୍ଚିଛି ଦ୍ୱାଦଶ ଦିନରେ । ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ସାଂସଦ ଡ଼ା.ପ୍ରଦୀପ ପାଣିଗ୍ରାହୀ ଜଗଦଳପୁର ଗ୍ରାମରେ ପହଞ୍ଚି ମାଁ ସାଆନ୍ତାଣୀ ଙ୍କ ଅସ୍ଥାୟୀ ପୀଠରେ ପହଞ୍ଚି ମାଁ ଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଜଗଦଳପୁର ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ,ସମିତି ସଭ୍ୟ ବି.ରବୀନ୍ଦ୍ର ପାତ୍ର, ଯାତ୍ରାର ଉଦ୍ୟୋକ୍ତା ପଞ୍ଚାନନ ସାହୁ,ସମାଜସେବୀ ରାଧା ମୋହନ ପାତ୍ର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ସୋମବାର ସନ୍ଧ୍ୟାରେ ଆଳତୀ ପରେ ମାଁ ଠାକୁରାଣୀ ଅସ୍ଥାୟୀ ମଣ୍ଡପରୁ ବାହାରି ଗ୍ରାମ୍ୟ ମୁଖ୍ୟ ରାସ୍ତା ଦେଇ ଦକ୍ଷିଣ ବଡ ସାହିରେ ପହଞ୍ଚି ଭକ୍ତ ଙ୍କୁ ଦର୍ଶନ କରିଥିଲେ
ଜଗଦଳପୁର ମାଁ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କଲେ ବ୍ରହ୍ମପୁର ସାଂସଦ ଡ଼ା.ପ୍ରଦୀପ ପାଣିଗ୍ରାହୀ





