ବ୍ରହ୍ମପୁର ରେଳ ଷ୍ଟେସନ ପୁନର୍ବିକାଶ ପାଇଁ ପୂର୍ବତଟ ରେଳପଥର ଟେଣ୍ଡର ଆହ୍ୱାନ

Pradeep Kar

ବ୍ରହ୍ମପୁର, : ତା ୦୪.୦୬.୨୦୨୬ ରିଖପୂର୍ବତଟ ରେଳପଥ (ଇଷ୍ଟ କୋଷ୍ଟ ରେଳୱେ) ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ ପ୍ରକ୍ରିୟା ପ୍ରକାଶିତକୁ ନେଇ ଦକ୍ଷିଣ ଓଡିଶା ମିଳିତ ରେଳପଥ ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କୁ ପଦକ୍ଷେପକୁ ଅଭିନନ୍ଦନ ଜଣାଇଛନ୍ତି I ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଯାତ୍ରୀ ସୁବିଧାର ଉନ୍ନତି ସହିତ ଷ୍ଟେସନକୁ ଏକ ଆଧୁନିକ ପରିବହନ କେନ୍ଦ୍ରରେ ପରିଣତ କରିବା। ଏହି କାର୍ଯ୍ୟ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅଧୀନରେ କାର୍ଯ୍ୟକାରୀ ହେବ ଏବଂ ଇଞ୍ଜିନିୟରିଂ, ପ୍ରକ୍ୟୁରମେଣ୍ଟ ଏବଂ କନଷ୍ଟ୍ରକ୍ସନ (ଇପିସି) ମଡେଲ ମାଧ୍ୟମରେ ଏହାର ନିର୍ମାଣ କାର୍ଯ୍ୟ ସମ୍ପାଦିତ ହେବ।ବ୍ରହ୍ମପୁର ଓଡ଼ିଶାର ଏକ ପ୍ରମୁଖ ରେଳ ଷ୍ଟେସନ ଭାବେ ପରିଚିତ ଏବଂ ପୂର୍ବ ଓ ଦକ୍ଷିଣ ଭାରତକୁ ଯାତାୟାତ କରୁଥିବା ହଜାର ହଜାର ଯାତ୍ରୀଙ୍କୁ ସେବା ଯୋଗାଇ ଆସୁଛି। ଏହି ପୁନର୍ବିକାଶ ପ୍ରକଳ୍ପ ଭାରତୀୟ ରେଳବାଇର ବ୍ୟାପକ ଷ୍ଟେସନ ଆଧୁନିକୀକରଣ କାର୍ଯ୍ୟକ୍ରମର ଏକ ଅଂଶ ଅଟେ। ଓଡିଶାର ତିନି ଗୋଟି NSG -2 ଷ୍ଟେସନ ଭିତରେ ଭୁବନେଶ୍ୱର, ପୁରୀ ଓ ବ୍ରହ୍ମପୁର ରହିଛିI ବ୍ରହ୍ମପୁରର ଆୟ ବାର୍ଷିକ ୧୦୦କୋଟିରୁ ଉର୍ଦ୍ଧ ରହିଥିବା ବେଳେ ଯାତ୍ରୀ ସଂଖ୍ୟାବି ୭୨ଲକ୍ଷରୁ ଅଧିକା ରହିଛି କିନ୍ତୁ ଭୁବନେଶ୍ୱର, ପୁରୀର ବିକାଶ ପାଇଁ ୪୦୦ ଓ ୩୦୦କୋଟି ଦିଆଯାଇଥିବାବେଳେ, ଓଡିଶାର ୫ନମ୍ବର ଷ୍ଟେସନ କଟକର ବିକାଶ ପାଇଁ ୩୫୦କୋଟି ଦିଆଯାଇଥିବାବେଳେ ବ୍ରହ୍ମପୁର ପାଇଁ ମାତ୍ର ୧୧କୋଟି ଦିଆଯିବାକୁ ନେଇ ନୂଆଦିଲ୍ଲୀସ୍ଥିତ ରେଳ ମନ୍ତ୍ରଣାଳୟ ନିକଟରେ ଦୃଢ ଦାବି କରାଯାଇଥିଲା ୧୦୦କୋଟିରୁ ଅଧିକ ଆୟ କରୁଥିବା ବ୍ରହ୍ମପୁରପରି ଓଡିଶାରସର୍ବ ପୁରାତନ ଓ ୩ୟ ବଡ ଷ୍ଟେସନ ପାଇଁ ଏହି ନୂତନ କୋଠାର ଡିଜାଇନକୁ ନେଇ ବ୍ରହ୍ମପୁର ରେଳ ଷ୍ଟେସନ ପୁନର୍ବିକାଶ ପାଇଁ ପୂର୍ବତଟ ରେଳପଥର ଟେଣ୍ଡର ଆହ୍ୱାନ ପ୍ରକ୍ରିୟା ପ୍ରକାଶିତକୁ ନେଇ ବିଭିନ୍ନ ମହଲରେ ସ୍ୱାଗତ ଜଣାଇଛନ୍ତି ପୂର୍ବତଟ ରେଳପଥ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନର ପ୍ରଥମ ପର୍ଯ୍ୟାୟ ପୁନର୍ବିକାଶ ପାଇଁ EPC-CECONIIBBS2026022 ନମ୍ବର ବିଶିଷ୍ଟ ଉନ୍ମୁକ୍ତ ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରକଳ୍ପର ଆନୁମାନିକ ବ୍ୟୟ ୧୮୨.୫୭ କୋଟି ଟଙ୍କା ହୋଇଥିବା ବେଳେ ୩.୬୫ କୋଟି ଟଙ୍କାର ଇଏମଡି ଧାର୍ଯ୍ୟ କରାଯାଇଛି। ୨୫ ଜୁନ ୨୦୨୬ରେ ପ୍ରାକ୍-ବିଡିଂ ବୈଠକ ଅନୁଷ୍ଠିତ ହେବ। ବିଡ୍ ଦାଖଲ ପ୍ରକ୍ରିୟା ୧୮ ଜୁଲାଇରୁ ଆରମ୍ଭ ହୋଇ ୧ ଅଗଷ୍ଟ ୨୦୨୬ରେ ଶେଷ ହେବ। ନିର୍ବାଚିତ ଠିକାଦାରଙ୍କୁ ୨୦ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରିବାକୁ ହେବ।ଏଥି ସହ ବହୁ ପ୍ରତିକ୍ଷିତ ଗୋଳନ୍ଥରାରେ କୋଅଚିଂ ଡିପୋକୁ ଆର୍ଥିକ ଅନୁମୋଦନ ଏବଂ ବାରମ୍ବାର ସର୍ଭେ କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ପରିପ୍ରକ୍ଷିରେ ବ୍ରହ୍ମପୁର-ରେଢ଼ାଖୋଲ (ସମ୍ବଲପୁର), ଗୋପାଳପୁର – ରାୟଗଡା (ସିଙ୍ଗାପୁର ରୋଡ) ଓ ଗୋପାଳପୁର – ତାଲଚେର ରେଳପଥ ନିର୍ମାଣ କରିବାପାଇଁ ଆର୍ଥିକ ଅନୁମୋଦନ ଯଥାଶୀଘ୍ର କରିବା ପାଇଁ ମାନ୍ୟବର ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ନିକଟରେ ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୃଢ଼ ଦାବୀ କରାଯାଇଛି I ଦକ୍ଷିଣ ଓଡିଶା ମିଳିତ ରେଳପଥ ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ର ଆବାହକ ତଥା ଆଇନଜୀବୀ ସରୋଜ ରଞ୍ଜନ ପଟ୍ଟନାୟକ ଓ ବିଭିନ୍ନ ଗଣ ସଂଗଠନର ସଦସ୍ୟ ଗଣ ତଥା ପ୍ରଗତିଶୀଳ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ମାନସ ରଞ୍ଜନ ପାତ୍ର, ଗଂଜାମ ଜିଲ୍ଲା ବିକାଶ ମଞ୍ଚର ଆବାହକ ରାଜେନ୍ଦ୍ର ପଣ୍ଡା , ବିନୋଦ ଠାକୁର, ରବି ରଥ, ଦକ୍ଷିଣ ଓଡିଶା ବିକାଶ ପରିଷଦ ପ୍ରିତିଶ ପାଣିଗ୍ରାହୀ, ଭି.ସୋମେଶ୍ୱର ରାଓ- ଫୋରମ ଫୋର ଗଂଜାମ, ଡ଼.ସୂର୍ଯ୍ୟ ନାରାୟଣ ତ୍ରିପାଠୀ , କେରଦାନାଥ ପଣ୍ଡା, ପ୍ରବୀଣ ପଟ୍ଟନାୟକ,ଲୋକନାଥ ପରିଡା, ଆଇନଜୀବୀ ଶିରୀନ ତମନ୍ନା, ପ୍ରକାଶ ଚନ୍ଦ୍ର ଭଜାଣି, ସୂର୍ଯ୍ୟ ନାରାୟଣ ବେହେରା, ଅବସରପ୍ରାପ୍ତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଗୋପାଳ କୃଷ୍ଣ ପାଢ଼ୀ, ଉମା ଚରଣ ନାୟକ, ସନ୍ତୋଷ ସାହୁ, ବାସୁଦେବ ପଣ୍ଡା, ଆଦିତ୍ୟ ନାରାୟଣ ରଥ, ସ୍ୱାଭିମାନ ଓଡ଼ିଶାର ଆବାହକ ଅମ୍ବିକା ପଣ୍ଡା , ଉମାକାନ୍ତ ସାହୁ, ସୁଜିତ କୁମାର ତ୍ରିପାଠୀ , ଦକ୍ଷିଣ ଓଡିଶା ଛାତ୍ର ସଂଗଠନର ଆବାହକ ନରସିଂହ ନୀଳମାଧଵ ପାତ୍ର, ଘୁମୁସର ବିକାଶ ପରିଷଦ ତଥା ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, ରମେଶ ଚନ୍ଦ୍ର ନାୟକ, ଆଇନଜୀବୀ ଆଦିତ୍ୟ ପ୍ରସାଦ ନାୟକ, ସାମାଜିକ ନେତ୍ରୀ ସବିତା ସାହୁକାର, ଅବସରପ୍ରାପ୍ତ ପ୍ରଫେସର ଲଷ୍ମୀନାରାୟଣ ନାୟକ, ଭାଗବତ ଚାରିଟାଵଲେ ଟ୍ରଷ୍ଟ ର ମୁଖ୍ୟ ପ୍ରକାଶ ଚନ୍ଦ୍ର ପାତ୍ର, ପ୍ରଶାନ୍ତ କୁମାର ପାଢ଼ୀ, ଘୁମୁସର ବିକାଶ ପରିଷଦର ରମେଶ ଚନ୍ଦ୍ର ନାୟକ, ଗୋପାଳ ଚନ୍ଦ୍ର ଲେଙ୍କା, ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ , ପ୍ରଶାନ୍ତ କୁମାର କର, ସାମାଜିକ କର୍ମୀ ଗୌରୀ ଶଙ୍କର ମହାନ୍ତି , ଅଂଶୁମାନ ପଟ୍ଟନାୟକ, ଲାକ୍ସସମୀ ନାରାୟଣ ପାଢ଼ୀ,ପ୍ରକାଶ ଚନ୍ଦ୍ର ଭଜାଣି, ,ହିମାଂଶୁ ଶେଖର ପାଢ଼ୀ, ମ.ଜାଭେଦ ବେଗ, ସୁରେନ୍ଦ୍ର ନାଥ ରାଉତ, ରବି ନାରାୟଣ ସାମନ୍ତ,ବାସୁଦେବ ବିଷୋୟୀ, ଏବଂ ବହୁ ଗଣ ସଂଗଠନର କାର୍ଯ୍ୟକର୍ତା ମାନେ ଅଭିନନ୍ଦନ ଜଣାଇଛନ୍ତି l

Also Read

Tags