ଭଦ୍ରକ, : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭଦ୍ରକ ଜିଲ୍ଲା ର ଲୋକ ପ୍ରିୟ ନେତା ସ୍ବର୍ଗତ ଅର୍ଜୁନ ଚରଣ ସେଠି ଙ୍କ ଷଷ୍ଠ ତମ ଶ୍ରାଦ୍ଧ ଉତ୍ସବ ଭଦ୍ରକ ଟାଉନ ହଲ ଠାରେ ଅନୁଷ୍ଠିତ ସଭାରେ ଓଡ଼ିଶା ର ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ଯୋଗ ଦେଇ ଅର୍ଜୁନ ବାବୁଙ୍କର ଦଶ ଥର ନିର୍ବାଚିତ ପ୍ରତିନିଧି ହିସାବରେ ଭଦ୍ରକ ତଥା ଓଡ଼ିଶା ର ବିକାଶ ରେ ଗ୍ରହଣ କରିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସୂଚନା ଦେବା ସହିତ ଭଦ୍ରକ ର ଅଦ୍ୱିତୀୟ ନେତା ହିସାବ ରେ ତାଙ୍କ ଅଭିଭାଷଣ ରେ ଉଲ୍ଲେଖ କରିଥିଲେ ଏହି ଉତ୍ସବକୁ ପରିଚାଳନା କରିଥିଲେ ଭଦ୍ରକ ର ସୁନାମଧନ୍ୟ ଡକ୍ଟର ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ନାୟକ, ଏବଂ ଏହି ସଭାରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମନମୋହନ ସାମଲ, ଭଦ୍ରକ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠି,ଭଦ୍ରକ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଜେନା, ବରିଷ୍ଠ ନେତା ଶ୍ରୀଯୁକ୍ତ ଭଗବାନ ପଣ୍ଡା , ଯୁବ ନେତା ଶ୍ରୀ ବାଣୀ କଲ୍ୟାଣ , ଙ୍କ ସମେତ ଅନ୍ୟ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l
ଭଦ୍ରକ ଜିଲ୍ଲା ର ଲୋକ ପ୍ରିୟ ନେତା ସ୍ବର୍ଗତ ଅର୍ଜୁନ ଚରଣ ସେଠି ଙ୍କ ଷଷ୍ଠ ତମ ଶ୍ରାଦ୍ଧବାର୍ଷିକି ଉତ୍ସବ





