ଗୋପାଳପୁର ତା ୦୯/୦୬ ଆଜି ଗୋପାଳପୁର ସମୁଦ୍ର ବେଳାଭୂମିରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସଚେତନତା ସହ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଅତିରିକ୍ତ ଉପଜିଲ୍ଲାପାଳ ରୀନା କୁମାରୀ ନାୟକ, ତହସିଲଦାର ରାକେଶ କୁମାର ପରିଡା, ଡେପୁଟି କଲେକ୍ଟର ଅଲେଖ ରଞ୍ଜନ ମହାଙ୍କୁଡ, ସମେତ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀମାନେ ସମୁଦ୍ର ବେଳାଭୂମି ପରିସରରୁ ପ୍ଲାଷ୍ଟିକ, ବର୍ଜ୍ୟବସ୍ତୁ ଓ ଅନ୍ୟାନ୍ୟ ଆବର୍ଜନା ସଂଗ୍ରହ କରି ସ୍ୱଚ୍ଛତାର ବାର୍ତ୍ତା ପ୍ରଚାର କରିଥିଲେ।ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା । ଉପଜିଲ୍ଲାପାଳ ଶ୍ରୀ କୁମାର ନିଜ ପ୍ରତିକ୍ରିୟାରେ ପରିବେଶ ସୁରକ୍ଷା, ସ୍ୱଚ୍ଛତା ତାସହ ଜିଲ୍ଲା ତଥା ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ସମୟରେ ନାଗରିକମାନଙ୍କର ଦାୟିତ୍ୱ ସମ୍ପର୍କରେ ମତ ପ୍ରକାଶ କରିଥିଲେ ।ପରିଗଣନା ଫର୍ମ (Enumeration Form) ବଣ୍ଟନ ପ୍ରକ୍ରିୟା ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ତେଣୁ ତା ପୂର୍ବରୁ ବି.ଏଲ୍.ଓ ଙ୍କ ସହିତ ଯୋଗାଯୋଗ କରି ପରିଗଣନା ଫର୍ମ ପୁରାଣ କରିନେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏସ୍. ଆଇ.ଆର୍ ସମ୍ପର୍କିତ ଅଧିକ ତଥ୍ୟ ଜାଣିବା ପାଇଁ ବି.ଏଲ୍.ଓ ଙ୍କ ସମେତ ECINET ଆପ ବା ଟୋଲ ଫ୍ରୀ ନମ୍ବର ୧୯୫୦ ର ମଧ୍ୟ ସାହାଯ୍ୟ ନେଇପାରିବେ ।
ଗୋପାଳପୁର ବେଳାଭୂମିରେ ଗଂଜାମ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ





