ଶଙ୍ଖ ଭବନଠାରେ ଅନୁଷ୍ଠିତ ହେଲା ସମସ୍ତ ବିଧାନସଭା ଓ ଲୋକସଭା ପ୍ରାର୍ଥୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ

Pradeep Kar

ଭୁବନେଶ୍ୱର ସ୍ଥିତ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନଠାରେ ଗତକାଲି ବିଜୁ ଜନତା ଦଳର ଗତ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ସମସ୍ତ ବିଧାନସଭା ଓ ଲୋକସଭା ପ୍ରାର୍ଥୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଓଡ଼ିଶାର ଜନପ୍ରିୟ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଉପସ୍ଥିତ ରହି ଦଳର ସାଙ୍ଗଠନିକ ସ୍ଥିତି, ଆଗାମୀ କାର୍ଯ୍ୟପନ୍ଥା ଏବଂ ତୃଣମୂଳ ସ୍ତରରେ ଦଳକୁ ଆହୁରି ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ପୂର୍ବରୁ ଦଳ ପକ୍ଷରୁ ଦିଆଯାଇଥିବା SIR କାର୍ଯ୍ୟକ୍ରମର ଅନୁପାଳନ, ବ୍ଲକ ଓ ପୌରାଞ୍ଚଳ ସ୍ତରରେ ସାଙ୍ଗଠନିକ କମିଟି ଗଠନ, ଜନସମ୍ପର୍କ ଅଭିଯାନ ଓ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ସମସ୍ତ ନେତୃବୃନ୍ଦ ନିଜ ନିଜ ଅଞ୍ଚଳର ସାଙ୍ଗଠନିକ କାର୍ଯ୍ୟକଳାପ ସମ୍ପର୍କରେ ମାନ୍ୟବର ସଭାପତିଙ୍କୁ ଅବଗତ କରାଇଥିଲେ। ଗତକାଲି ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶେଷ ବକ୍ତା ଭାବରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିପ୍ଳବ ପାତ୍ର ନିଜର ସୁଚିନ୍ତିତ ଓ ଦୂରଦର୍ଶୀ ବକ୍ତବ୍ୟ ମାଧ୍ୟମରେ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ସ୍ଥିତି, କାର୍ଯ୍ୟପନ୍ଥା ଓ ଭବିଷ୍ୟତ ରଣନୀତି ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ତାଙ୍କ ବକ୍ତବ୍ୟରେ ସଂଗଠନ ପ୍ରତି ନିଷ୍ଠା, ଦୃଢ଼ ସଂକଳ୍ପ ଓ ନେତୃତ୍ୱର ପରିପକ୍ୱତା ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା। ଶ୍ରୀ ବିପ୍ଳବ ପାତ୍ରଙ୍କ ବକ୍ତବ୍ୟ ଶୁଣି ମାନ୍ୟବର ନବୀନ ବାବୁ ତାଙ୍କୁ ବିଶେଷ ଭାବେ ଉତ୍ସାହିତ କରିବା ସହ କହିଥିଲେ ଯେ, “ଆଜି ଯଦି ଆପଣଙ୍କ ବାପା, ବରିଷ୍ଠ ଜନନେତା ଓ ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଜୀବିତ ଥାଆନ୍ତେ, ତେବେ ସେ ନିଶ୍ଚିତ ଭାବେ ଆପଣଙ୍କୁ ନେଇ ଗର୍ବ ଅନୁଭବ କରିଥାଆନ୍ତେ।” ମାନ୍ୟବର ନବୀନ ବାବୁଙ୍କ ଏହି ଆତ୍ମୀୟ ଓ ପ୍ରେରଣାଦାୟୀ ମନ୍ତବ୍ୟ ଶ୍ରୀ ବିପ୍ଳବ ପାତ୍ରଙ୍କ ସାଙ୍ଗଠନିକ ଦକ୍ଷତା, ପରିଶ୍ରମ ଓ ନେତୃତ୍ୱ ପ୍ରତି ଏକ ଉଚ୍ଚକୋଟୀର ସ୍ୱୀକୃତି ଭାବେ ପରିଗଣିତ ହୋଇଥିଲା। ମାନ୍ୟବର ନବୀନ ବାବୁ ଦଳର ପ୍ରତ୍ୟେକ କର୍ମୀ ଓ ନେତୃବୃନ୍ଦଙ୍କୁ ଜନସାଧାରଣଙ୍କ ସହ ନିରନ୍ତର ଯୋଗାଯୋଗ ରଖିବା, ଓଡ଼ିଶାର ସ୍ୱାର୍ଥ ପାଇଁ ସଂଗ୍ରାମ ଜାରି ରଖିବା ଏବଂ ସଂଗଠନକୁ ଆହୁରି ସଶକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ। ମାନ୍ୟବର ନବୀନ ବାବୁଙ୍କ ଦୂରଦର୍ଶୀ ନେତୃତ୍ୱ, ଜନମୁଖୀ ଚିନ୍ତାଧାରା ଏବଂ ଓଡ଼ିଶାବାସୀଙ୍କ ଅଟୁଟ ଆଶୀର୍ବାଦ ବଳରେ ବିଜୁ ଜନତା ଦଳ ଆଗାମୀ ଦିନରେ ଆହୁରି ଅଧିକ ସଶକ୍ତ ହୋଇ ଓଡ଼ିଶାର ସ୍ୱାଭିମାନ, ବିକାଶ ଓ ଜନକଲ୍ୟାଣ ପାଇଁ ନିଜର ସଂଗ୍ରାମକୁ ଜାରି ରଖିବ।

Also Read

Tags