ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ

Pradeep Kar

ବ୍ରହ୍ମପୁର, ୧୩.୦୬.୨୦୨୬ଆଜି ଗଞ୍ଜାମ ଜିଲ୍ଲାର ପ୍ରଭାରୀ ତଥା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି । ଏହି କ୍ରମରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗଞ୍ଜାମ ବ୍ଲକ୍‌ସ୍ଥିତ କଂସାରିଗଣ୍ଡ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ, ଛତ୍ରପୁର ବ୍ଲକ୍‌ର ଗଙ୍ଗାପୁର ଗ୍ରାମସ୍ଥିତ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେଇଥିଲେ। ସେହିପରି ରଙ୍ଗେଇଲୁଣ୍ଡାସ୍ଥିତ ବିମାନବନ୍ଦର ପରିଦର୍ଶନ କରି ବିମାନବନ୍ଦରର ବିକାଶ କାର୍ଯ୍ୟ, ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କରେ ସମୀକ୍ଷା କରି ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ ।ଏଥିସହିତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୋପାଳପୁର ସ୍ଥିତ ବେଳାଭୂମି ପରିଦର୍ଶନ କରି ବିଭିନ୍ନ ପର୍ଯ୍ୟଟନ ଭିତ୍ତିଭୂମି ଓ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ପର୍ଯ୍ୟଟନ ସୁବିଧାର ଉନ୍ନତି, ପର୍ଯ୍ୟଟକ ଆକର୍ଷଣ ବୃଦ୍ଧି ଏବଂ ଅଞ୍ଚଳର ସାମଗ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରି ସେ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ।ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲାପାଳ ଭି କୀର୍ତ୍ତି ବାସନ, ଭାଜପା ଜିଲ୍ଲା ସଭାପତି ସରୋଜ ସାବତ, ବ୍ରହ୍ମପୁର ମହାନଗର ନିଗମର କମିଶନର ଆ. ସସ୍ୟା ରେଡ୍ଡୀ, ଭା ପ୍ର ସେ ର ଶିକ୍ଷାନବିଶ ସୁଶ୍ରୀ ସାରାନ୍ୟା, ସ୍ଥାନୀୟ ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗଞ୍ଜାମ

Also Read

Tags