ଖଲ୍ଲିକୋଟ ଏନ୍ ଏ ସି ର ୯ ୱାର୍ଡ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ ଆଣିଲେ ୱାର୍ଡ ବାସି

Pradeep Kar

ଖଲ୍ଲିକୋଟ, ଖଲ୍ଲିକୋଟ : ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଅନ୍ତର୍ଗତ ୱାର୍ଡ ନଂ–୯ରେ ଫାସୁଳା ଠାରୁ ମସାଣି ରୋଡ଼ ପର୍ଯ୍ୟନ୍ତ ପ୍ରାୟ ୧୯,୯୯,୫୭୪ ଟଙ୍କା ବ୍ୟୟରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ବର୍ତ୍ତମାନ ଖଲ୍ଲିକୋଟ ଅଞ୍ଚଳରେ ଚlଞ୍ଚଲ୍ୟ ସୁଷ୍ଟି କରିଛି l ସ୍ଥାନୀୟ ଜନ ସାଧାରଣ କହିବା ଅନୁଯାଇ ଖଲ୍ଲିକୋଟ ଏନ୍ ଏ ସି ର ୱାର୍ଡ ନମ୍ବର 9 ର ଫେବର ବ୍ଲକ ରାସ୍ତା ନିର୍ମାଣ ଚାଲୁଅଛି ଏହି ରାସ୍ତାର ନିର୍ମାଣ ସରକାରୀ ନିୟମ ଅନୁଯାଇ ନହୋଇ ଯେଉଁ ପରିମାଣ ମେଟଲ୍ ରୋଲିଂ ନ ହୋଇ ଡଷ୍ଟ ବିଛା ସାରିଲାଣି |ଦୁଇ ପାର୍ଶ୍ଵରେ ଥିବା କଂକରିଡ଼ କାନ୍ଥ ଗୁଡାକ ହାତରେ ଘସିଲେ ମେଣ୍ଟାଲ ବାଲି ସିମେଣ୍ଟ ଝଡୁଥିବା ନେଇ ଉକ୍ତ ଗ୍ରାମର ଲୋକମାନେ ନିମ୍ନ ମାନର ବୋଲି ଅଭିଯୋଗ ଆଣିଛନ୍ତି l ଏହି ଠିକାଦାରଙ୍କ କାର୍ଯ୍ୟ ଗୁଡିକୁ ତଦାରଖ କରିବl ନିମନ୍ତେ ଏନ୍ ଏ ସି ର କୌଣସି ବି ସରକାରୀ କର୍ମଚାରୀ ବାବୁମାନେ ଉକ୍ତ କାମ ଗୁଡିକୁ ତଦାରଖ କରିବାକୁ ଆସୁନଥିବା ଅଭିଯୋଗ ଆଣିଛନ୍ତି l ଏହି ରାସ୍ତା ନିର୍ମାଣ ଅନିୟମିତତା ଭାବେ ଠିକାଦାର କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ବାସିନ୍ଦା କାମ ଟିକୁ ଅଟକାଇ ନଗରପାଳ ଇ ନିରଞ୍ଜନ ବେହେରା ଓ ୱାର୍ଡ ମେମ୍ବର ଅଶୋକ ସେଠିଙ୍କୁ ରାସ୍ତା କାମ ବିଷୟରେ ଜଣାଇ ଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ୱାର୍ଡ ବାସିନ୍ଦା ଜଣାଇଥିଲେ | ତେବେ ଏହି କାର୍ଯ୍ୟରେ ଅଶନ୍ତୁଷ୍ଟ ହୋଇ ଉକ୍ତ ଗ୍ରାମ ର ଲୋକ ମାନେ ମଣ୍ଡଳ କମିଟି ପାଖରେ ଅଭିଯୋଗ କରିଥିଲେ l ମଣ୍ଡଳ କମିଟି ସଭାପତି ଓ ସାଂସଦ ପ୍ରତିନିଧି ଶଙ୍କର ପ୍ରସାଦ ନାହାକଙ୍କ ଜରିଆରେ ଏନ୍ ଏ ସି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିବ ପ୍ରକାଶ | ସରକାରଙ୍କ କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କିଛି ଅସାଧୁ ଠିକାଦାର ଏନ୍ ଏ ସି ପ୍ରଶାସନକୁ ହାତ ବାରିସୀ କରି ମନ ଇଚ୍ଛା ନିର୍ମାଣ କାର୍ଯ୍ୟ କରୁଥିବା ଯୋଗୁଁ ଜନ ସାଧାରଣ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।

Also Read

Tags