୨୨ତମ ସବ୍-ଜୁନିୟର ବାଳକ ଓ ବାଳିକା ରାଜ୍ୟ ହ୍ୟାଣ୍ଡବଲ ଚାମ୍ପିୟନଶିପ୍

Pradeep Kar

କେନ୍ଦୁଝର, ୧୧.୦୬.୨୦୨୬ ରୁ ୧୩.୦୬.୨୦୨୬ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ଗଞ୍ଜାମ ଜିଲ୍ଲା ବାଳକ ଦଳ ଚାମ୍ପିୟନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ଅବସରରେ ଦଳର ଖେଳାଳିମାନେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନୀଲ କୁମାରଙ୍କୁ ଗାନ୍ଧୀନଗର ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ। ବିଧାୟକ ମହୋଦୟ ଚାମ୍ପିୟନ ଦଳର ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଆହୁରି ସଫଳତା ଅର୍ଜନ କରିବାକୁ ଉତ୍ସାହିତ କରିଥିଲେ। ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ଦଳର ଏହି ସଫଳତା ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ପ୍ରେରଣାର ବିଷୟ।

Also Read

Tags