ସହିଦନଗର ଦୁର୍ଗା ପୂଜା କମିଟି ପକ୍ଷରୁ ଓଡିଶାର ଗଣ ପର୍ବ ପହିଲି ରଜ ର ତୃତୀୟ ଦିବସ ପାଳନ

Pradeep Kar

ଭୁବନେଶ୍ୱର : ୧୪. ୬. ୨୦୨୬ ଆଜି ସହିଦନଗର ସ୍ଥିତ ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଓଡିଶାର ଗଣ ପର୍ବ ରଜର ପହିଲି ରଜ ଓ ସମିତି ର ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ମଧ୍ୟମ ର ବିଧାୟକ ପାର୍ଥୀ ତଥା ରାଜ୍ୟ ବିଜେପି ର ବରିଷ୍ଠ ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ଯୋଗଦାନ କରିଥିଲେ I ତାଙ୍କୁ ଅନୁଷ୍ଠାନ ପକ୍ଷରୁ ସଭାପତି ଶ୍ରୀ ବିଶ୍ବ ପ୍ରସାଦ ମହାନ୍ତି ଉତ୍ତରୀ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ I ସମିତି ର ସମ୍ପାଦକ ଶ୍ରୀ ହରିଶ ପ୍ରସାଦ ରଥ ଧନ୍ୟବାଦ ଭାଷଣ ଦେଇଥିଲେ I ଶ୍ରୀ ପ୍ରଧାନ ସହିଦନଗର ବିଭିନ୍ନ ଉନ୍ନୟନ ଯୋଜନା ବିଷୟରେ ଆଲୋଚନା କରିଥିଲେ ବିଶେଷକରି ୟୁବକ ଓ କ୍ରୀଡାବିତ୍ ପାଇଁ ସହିଦନଗର ସ୍ଥିତ ସହିଦ୍ ସ୍ପୋର୍ଟିଂ କୁ ଆଧୁନିକୀକରଣ କରିବା ପାଇଁ ରାଜ୍ଯ ସରକାର ପ୍ରାୟ ୩ କୋଟି ରୁ ଉର୍ଦ୍ଧ ଅର୍ଥ ରାଜ୍ୟ ସରକାର ଅନିମୋଦନ କରିଛନ୍ତି ଓ ଗତ ବର୍ଷ ସହିଦନଗର ହାଟ କୁ ସ୍ଥାୟୀ କରିବା ପାଇଁ ୨ ଏକର ଜମି ପ୍ରଦାନ କରାଯାଇଛି, ରଜ ପର୍ବ ଆମର ଓଡ଼ିଆ ମାନଙ୍କ ଗର୍ବ କାରଣ ୟାହା ହୋଇଛି କୃଷିଭିତ୍ତିକ ପର୍ବ ଯେଉଁଥିରେ ଆମେ ବସୁଧା ଙ୍କୁ ପୂଜା କରୁ ଓ ଯୁବତୀ ଓ ନାରୀମାନଙ୍କ ଉଦ୍ଦେଶ୍ୟରେ ପାଳନ କରୁ। ଶେଷରେ ଆଉ ଥରେ ସେ ସମସ୍ତ କର୍ମକର୍ତ୍ତା, ସଭ୍ଯ ବୃନ୍ଦ ଓ ଦର୍ଶକ ମଣ୍ଡଳି କୁ ରଜ ପର୍ବ ର ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ ଓ କହିଥିଲେ ସେ ସଦାସର୍ବଦା ସମିତି ର ନିଜେ ସାମିଲ ହେବେ ଓ ରାଜ୍ୟ ସରକାର ଙ୍କ ତରଫରୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଛନ୍ତି କହି ତାଙ୍କର ଅଭିଭାଷଣ ସେସ କରିଥିଲେ I ପ୍ରତି ଦିନ ପରି ଆଜି ସନ୍ଧ୍ୟାରେ ଓଡିଶା ର ସୁନାମଧନ୍ୟ କଣ୍ଠଶିଳ୍ପୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ତାହା ସହିତ ଆଜିର ବିଶେଷତ୍ବ ଥିଲା ସମସ୍ତ ମହିଳା ମାନଙ୍କ ପାଇଁ ମାଗଣାରେ ରେ ମହେନ୍ଦୀ କରିବାର ଆୟୋଜନ କରାଯାଇଥିଲା I ଏହା ସହ ରଜ ପର୍ବ ସମିତି କୁ ଆଧାରିତ କରି କୁଇଜ , ସ୍କିପିଙ୍ଗି. ଅଳତା , ହୁଳହୁଳି ସଙ୍ଖ ଫୁଙ୍କା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତ ବିଜୟୀ ପ୍ରତିଯୋଗିତା ଙ୍କୁ ସମ୍ବର୍ଦ୍ଧନା କରାଗଲା ଏହି ସବୁକୁ ସମିତି ର ଉପଦେଷ୍ଟା ଶ୍ରୀ ମନୋରଞ୍ଜନ ଦାସ, ଶ୍ରୀ ସୁଧିର କୁମାର ଶତପଥୀ, ଶ୍ରୀ ସୁରେଶ ଚନ୍ଦ୍ର ଦାସ,ଶ୍ରୀ ଚନ୍ଦନ କୁମାର ପାଲିତ,ଶ୍ରୀ ଦିଲ୍ଲୀପ କୁମାର ଦାସ,କାର୍ଯ୍ୟକାରୀ ସଭାପତି ଶ୍ରୀ ସଚ୍ଚି ନନ୍ଦନ ନାୟକ,ଶ୍ରୀ ସରୋଜ କୁମାର ପାତ୍ର,କୋଷାଧ୍ୟକ୍ଷ ଶ୍ରୀ ମହେନ୍ଦ୍ର କୁମାର ତ୍ରିପାଠୀ, ସହ କୋଷାଧ୍ଯକ୍ଷ ଶ୍ରୀ ସୁଦର୍ଶନ ସାହୁ, ଉପସଭାପତି ଶ୍ରୀ ଆଶିଷ ମହାପାତ୍ର, ଶ୍ରୀ ଅଚ୍ୟୁତ ପ୍ରସାଦ ବେହେରା ଲଳିତ ଖୁଣ୍ଟିଆ ,କର୍ପୋରେଟର ଶ୍ରୀ ରାଜକିଶୋର ଦାସ,ବିଭୁ ଦତ୍ତ ଦାସ, ଯୁଗ୍ମସଂପାଦକ ଶ୍ରୀ ସ୍ମୃତି ରଞ୍ଜନ ଜେନା, ଶ୍ରୀ ଗୋପାଳ ମହାନ୍ତି, ଶ୍ରୀ ସତ୍ୟନାରାୟଣ ମହାପାତ୍ର, ଶ୍ରୀ ରଞ୍ଜନ କୁମାର ମହାପାତ୍ର,ଦୀପଂକର ମହାପାତ୍ର ଓ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଓ ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ I

Also Read

Tags