ବ୍ରହ୍ମପୁର ବେଦ ପ୍ରଚାର ସମିତିର ବୈଦିକ ପ୍ରବଚନ କାର୍ଯ୍ୟକ୍ରମ ଉଦ୍ଜାପିତ

Pradeep Kar

ବ୍ରହ୍ମପୁର -୧୫/୦୬/୨୬ବ୍ରହ୍ମପୁର ବେଦ ପ୍ରଚାର ସମିତି ପକ୍ଷରୁ ସ୍ଥାନୀୟ ଗିରି ରୋଡ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପାଢ଼ୀ ସେଳିବ୍ରେସନ୍ ହଲ୍ ଠାରେ ଚଳିତ ମାସ ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଥିବା ଚତୁର୍ଦିବସୀୟ ବେଦ ପ୍ରବଚନ କାର୍ଯ୍ୟକ୍ରମର ଉଦ୍ଜାପନି ସନ୍ଧ୍ୟାରେ ଯୋଗ ଦେଇ ଶ୍ରୁତିନ୍ୟାସର ଅଧ୍ୟକ୍ଷ ପୂଜ୍ୟ ସ୍ବାମୀ ସୁଧାନନ୍ଦ ସରସ୍ଵତୀ ମହାରାଜ ବ୍ୟକ୍ତ କରିଛନ୍ତି ଯେ, ସଂସ୍କୃତି ବ୍ୟକ୍ତିର ଆହାର- ବିହାରକୁ ଶୁଦ୍ଧ, ଚିନ୍ତା ଚେତନାକୁ ପବିତ୍ର, ଚାଲି ଚଳନକୁ ସଭ୍ୟ ଓ ଶୋଭନୀୟ, ଆଚାର ବ୍ୟବହାରକୁ ଭଦ୍ର ଓ ମାର୍ଜିତ, ବ୍ୟକ୍ତିତ୍ୱକୁ ଉଜ୍ଜଳ କରି ଜୀବନକୁ ସର୍ବାଙ୍ଗ ସୁନ୍ଦର କରେ । ଏହା ଦ୍ୱାରା ମାନବର ବାହ୍ୟ ଓ ଆନ୍ତରିକ ଉଭୟ ଜୀବନ ସୁଖମୟ, ଆଦର୍ଶ ଓ ଅନୁକରଣୀୟ ହୁଏ । ସଂସାରର ସମସ୍ତ ସଂସ୍କୃତି ମଧ୍ୟରେ ବୈଦିକ ସଂସ୍କୃତି ବା ଭାରତୀୟ ସଂସ୍କୃତି ହିଁ ସର୍ବପ୍ରାଚୀନ । ବୈଦିକ ସଂସ୍କୃତି କୌଣସି ଦେଶ, ଜାତି, ବର୍ଗ ଅଥବା ସମ୍ପ୍ରଦାୟ ବିଶେଷ ମଧ୍ୟରେ ସୀମାବଦ୍ଧ ନୁହେଁ, ବରଂ ଏହା ସମଗ୍ର ବିଶ୍ୱର ସମ୍ପୂର୍ଣ୍ଣ ମାନବତା ପାଇଁ ଏହା ଏକ ଅତ୍ୟୁପଯୋଗୀ ଓ କଲ୍ୟାଣକାରୀ ବିଚାରଧାରା । ଏଣୁ ବୈଦିକ ସଂସ୍କୃତିକୁ ଜାଣିବା ଓ ଏହାକୁ ଆମ ଜୀବନରେ ଆପଣେଇବା ଆମ ପାଇଁ କଲ୍ୟାଣପ୍ରଦ। ଶେଷ ଦିନ ସକାଳ ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଦିବସ ବ୍ୟାପୀ ଈଶ୍ୱର ଉପାସନା, ଯଜ୍ଞ, ଭଜନ, ପ୍ରବଚନ, ଶଙ୍କା ସମାଧାନ ଇତ୍ୟାଦି କ୍ରିୟା ଅନୁଷ୍ଠାନ କରାଯାଇଛି । ବେଦ ପ୍ରଚାର ସମିତିର ଅମୂଲ୍ୟ ଦୋରା, ଗାୟତ୍ରୀ ବେହେରା, ଭଗବାନ ଗୌଡ଼, ପ୍ରଦୀପ ପଣ୍ଡା, ଜି କାଶୀନାଥ, ମନୀଷା ପାତ୍ର, କେ. ବାଣିଶ୍ରୀ ପ୍ରମୁଖ ବୈଦିକ ଭଜନ ପରିବେଷଣ କରିଥିଲେ । ବେଦ ପ୍ରଚାର ସମିତି ବ୍ରହ୍ମପୁର ଶାଖାର ବିଷ୍ଣୁ ପ୍ରସାଦ ମୁନି, ଆର୍ ମୋହନ ରେଡ୍ଡୀ, ଅଶୋକ ସୁବୁଦ୍ଧି, ବ୍ରହ୍ମଚାରୀ ସଞ୍ଜୟ , ପଦ୍ମ ଚରଣ ନନ୍ଦ, ଟି. ଭେଙ୍କେଟ ରାଓ, ଅଲେଖ ବାଡତ୍ୟା, ବାବୁଲା ଶୁକ୍ଳା, ଓମ୍ ପ୍ରକାଶ ମୁନି, ବିଭୁ ପ୍ରସାଦ ମୁନି, ସୋନାଲି ରେଡ୍ଡୀ, ସୁକୁମାରୀ ପାଢ଼ୀ, ଲମ୍ବୋଦର ପାତ୍ର, ପ୍ରେମାନନ୍ଦ ପୋଲାଇ ,ଲୋକନାଥ ମହାନ୍ତି, କାହ୍ନୁ ଚରଣ ସାହୁ, ପ୍ରମୁଖ କାର୍ଯ୍ୟକର୍ତ୍ତା ତଥା  ଅନ୍ୟାନ୍ୟ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଚତୁର୍ଦିବସୀୟ ବେଦ ପ୍ରବଚନର ଶେଷ ଦିବସରେ ୬୦୦ରୁ ଉର୍ଦ୍ଧ୍ବ ବେଦ ପ୍ରେମୀ ଶ୍ରଦ୍ଧାଳୁ ଯୋଗ ଦେଇ ଥିଲେ ।

Also Read

Tags