ବ୍ରହ୍ମପୁର: ତା- ୧୮ ଜୁନ ୨୦୨୬ ରିଖ:- ଆଜି ବ୍ରହ୍ମପୁର ମହାନଗର ନିଗମ (ବିଏମସି) କମିଶନର ଶ୍ରୀମତୀ ଏ. ସସ୍ୟା ରେଡ୍ଡୀ (ଆଇଏଏସ୍ଏ) ଙ୍କୁ ମିଶି ଓଡ଼ିଶା ଡେଭଲପମେଣ୍ଟ ଫୋରମ ର କାର୍ଯ୍ୟକର୍ତ୍ତା ମାନେ ବ୍ରହ୍ମପୁର ସହରର ବିକାଶ, ଟ୍ରାଫିକ ସମସ୍ୟାର ସମାଧାନ, ୧୮ ଟି ପଞ୍ଚାୟତର ର ଜନ ସଂଖ୍ୟା କୁ ବ୍ରହ୍ମପୁର ରେ ମିଶ୍ରଣ, ଗଞ୍ଜାମ ହାଟ, ସୁଭଦ୍ରା ଶକ୍ତି ହାଟ, ମଲ୍ଟି ଷ୍ଟୋରୀ ପାର୍କିଂ କମ୍ପ୍ଲେକ୍ସ ର ଶୀଘ୍ର ଲୋକାର୍ପଣ, ଗିରି ମାର୍କେଟ, କିଛି ନୂଆଁ ମାର୍କେଟ କମ୍ପ୍ଲେକ୍ସ, ଫୁଡ କ୍ୟାପିଟାଲର ବିଭିନ୍ନ ସ୍ଥାନରେ ଫୁଡ୍ ପାର୍କ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ, ବ୍ରହ୍ମପୁର ସହର ଉପରେ ପ୍ରାୟ ୮ ରୁ ୧୦ ଲୋକ ନିର୍ଭର କରୁଥିବା ଯୋଗୁଁ ଏହାର ଅଵସ୍ଥା ଅତ୍ୟଧିକ ଖରାପ ହେବାରେ ଲାଗିଛି ଓ 4 ଲକ୍ଷ ଜନ ସଂଖ୍ୟା ଯୋଗୁ କେନ୍ଦ୍ରୀୟ ଅନୁଦାନ ରୁ ବଞ୍ଚିତ ହେଉଛି।ଏହାଛଡା ବିପର୍ଯ୍ୟସ୍ତ ରାସ୍ତାଘାଟ ର ଅବସ୍ଥା ସୁଧାରିବା, ଖଲ୍ଲିକୋଟ କଲେଜ – ବିଜିପୁର ଓ କମାପଲ୍ଲୀ ଠାରେ ୪ ଥାକିଆ ଫ୍ଲାଇଓଭର ନିର୍ମାଣ କରିବା,ଫାଷ୍ଟ ଗେଟ ଠାରେ ୪ ଥାକିଆ ଫ୍ଲାଇଓଭର ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା, ରାସ୍ତା କଡର ଉଠା ଦୋକାନୀଙ୍କୁ ଭେଣ୍ଡିଂ ଜୋନ୍ ନିର୍ମାଣ କରି ସ୍ଥାନାନ୍ତର କରିବା, ଟ୍ରାଫିକ ବ୍ୟବସ୍ଥା ର ସୁପରିଚାଳନା ପାଇଁ ରିଂ ରୋଡ ଓ ବାଇ ପାସ୍ କାମକୁ ଅତିଶୀଘ୍ର ସମାପ୍ତ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏହା ଛଡ଼ା ପାଦଚଲା ରାସ୍ତା, ଫୁଟ ଓଭର ବ୍ରିଜ୍ ଓ ସହରର ବିଭିନ୍ନ ଅଞ୍ଚଳରେ ଖୋଲା ସ୍ଥାନ, ପାର୍କ, ଖେଳ ପଡିଆ, ଟାଉନ ହଲ ନିର୍ମାଣ ଓ ପ୍ରଦର୍ଶନୀ ପଡ଼ିଆ ଚିହ୍ନିତ କରିବା ନିମନ୍ତେ ଦାବି କରାଯାଇଥିଲା। ଏହି ଅବସରରେ ୧୮ ପଞ୍ଚାୟତ ସହ, ଗଞ୍ଜାମ ହାଟ, ସୁଭଦ୍ରା ଶକ୍ତି ହାଟ, ମଲ୍ଟି ଷ୍ଟୋରୀ ପାର୍କିଂ କମ୍ପ୍ଲେକ୍ସ ର ଶୀଘ୍ର ଲୋକାର୍ପଣ କରିବା, ଗିରି ମାର୍କେଟ, କିଛି ନୂଆଁ ମାର୍କେଟ କମ୍ପ୍ଲେକ୍ସ, ଫୁଡ୍ ପାର୍କ ଓ ବିଭିନ୍ନ ସ୍ଥାନରେ ଫୁଟ ଓଭରବ୍ରିଜ୍ ଭଳି ଦାବୀ ଗୁଡ଼ିକ ଶିଘ୍ର ପୂରଣ କରିବା ପାଇଁ ଚେଷ୍ଟା କରିବି ବୋଲି ବ୍ରହ୍ମପୁର ମହାନଗର ନିଗମ (ବିଏମସି) କମିଶନର ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ କାର୍ଯ୍ୟକର୍ତ୍ତାଙ୍କୁ ପ୍ରତିଶୃତି ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ ସଚିବ V.ସୋମେଶ୍ୱର ରାଓ, ଲକ୍ଷ୍ମୀ ପାଢ଼ୀ, ପ୍ରିତିଶ ପାଣିଗ୍ରାହୀ, ଦକ୍ଷିଣ ଓଡ଼ିଶା ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଆଡଭୋକେଟ ସରୋଜ ରଞ୍ଜନ ପଟ୍ଟନାୟକ, ସମାଜସେବୀ ମଧୁସୂଦନ ସାହୁ, ଆଦିତ୍ୟ ରଥ, ମାନସ ରଞ୍ଜନ ପାତ୍ର, ସରୋଜ ଦାସ ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।Odisha Development Forum Mail: [email protected]
ଓଡ଼ିଶା ଡେଭଲପମେଣ୍ଟ ଫୋରମ କୁ ପ୍ରତିଶୃତି ଦେଲେ BeMC କମିଶନର





