ଖଲ୍ଲିକୋଟ ଠାରେ ସ୍ୱର୍ଗତ ଶ୍ୟାମ ସୁନ୍ଦର ମୁଖାର୍ଜୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

Pradeep Kar

ଖଲ୍ଲିକୋଟ, : ଖଲ୍ଲିକୋଟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ବାସଭବନରେ ସ୍ୱର୍ଗତ ଶ୍ୟାମ ସୁନ୍ଦର ମୁଖାର୍ଜୀଙ୍କ ୧୩୦ ତମ ତିରୋଧାନ ଦିବସ ପାଳନ କରାଯାଇଛି l ଏହି ଆୟୋଜିତ କାର୍ଯକ୍ରମରେ ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀଓ ବିଜେପି ର କାର୍ଯ୍ୟକର୍ତ୍ତା ମାନେ ସ୍ୱର୍ଗତ ଶ୍ୟାମ ସୁନ୍ଦର ମୁଖାର୍ଜୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ଅବସରରେ ମୁଖ୍ୟ ବକ୍ତା ମାନେ ମୁଖାର୍ଜୀଙ୍କ ଦେଶ ପ୍ରେମ,ଆଦର୍ଶ ଓ ଜାତୀୟ ଏକତା ପାଇଁ ତାଙ୍କ ଅବିସ୍ମରଣୀୟ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ l ଅନୁଷ୍ଟିତ ଏହି ସଭା ରେ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି କାଳୁ ରାମ ମହାରଣା , ମୋନୋଜ କୁମାର ପ୍ରଧାନ,ଯୁବ ନେତା ନିରଞ୍ଜନ ନାୟକ,ମଣ୍ଡଳ ସଭାପତି ମିଟୁ ସ୍ୱାଇ,ପଙ୍କଜ ମାଝୀ,ସିକ ପାଣ୍ଡି,ପଦ୍ମ ଚରଣ ସୁବୁଦ୍ଧି,ସକଲେଶ୍ୱର୍ ଦାସ,ଅଶୋକ କୁମାର ଦଳେଇ,କାର୍ତ୍ତିକ ପ୍ରଧାନଙ୍କ ସମେତ ବହୁ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ l

Also Read

Tags