ଦିଗପହଣ୍ଡି ବମୋକେଇ ଗ୍ରାମର ପ୍ରହଲ୍ଲାଦ ନାଟକ ଗୁରୁ ଶ୍ରୀ ସୀମାଞ୍ଚଳ ପାତ୍ର ଆଜି ରାଇସିନା ହିଲରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି। ଲୋକକଳା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଭୂମିକା ପାଇଁ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କୁ ପାଇ ଆମ ଗଞ୍ଜାମ ଜିଲ୍ଲା ନିଜକୁ ଗୌରବାନ୍ୱିତ ମନେ କରୁଛି। ଏହି ଅବସରରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ଗୁରୁ ଶ୍ରୀ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ





