ଖଲ୍ଲିକୋଟରେ ବିକାଶର ଧାରା ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

Pradeep Kar

-ଖଲ୍ଲିକୋଟରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଛି l ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଯୋଜନାରେ ହିତଧିକାରୀମାନଙ୍କୁ ସହାୟତା ବଣ୍ଟନ କରିଥିଲେ ଅନ୍ତଦୟ ଗୃହ ଯୋଜନା ଅନ୍ତର୍ଗତ ଗ୍ରାମୀଣ ଅବସିକା ଯୋଜନାରେ ଖଲ୍ଲିକୋଟ ବ୍ଲକ ର ୨୯ ଗୋଟି ପଞ୍ଚାୟତରେ ୨୯ ଜଣ ହିତାଧିକରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବା ସହ ୨୮୧ ଜଣ ଅଙ୍ଗନବାଡି କର୍ମୀ ମାନଙ୍କୁ ମୋବାଇଲ ବଣ୍ଟନ କରିଥିବାବେଳେ ହିତାଧିକାରୀ ମାନଙ୍କୁ ୫ କିଲୋ ବଦଳରେ ୧୦ କିଲୋ ଚାଉଳ ମିଳିବା ନେଇ ଅନ୍ନପୂର୍ଣ୍ଣା କାର୍ଡ ବଣ୍ଟନ କରିଥିଲେ l ସେହିପରି ୩୭ ଜଣଙ୍କୁ ନୂତନ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ କରାଯାଇଥିଲା l ଏହି ଉଦଯାପନ ଦିବସରେ ଖଲ୍ଲିକୋଟ ବିଡ଼ିଓ ଦେବାଶିଷ ସାମଲ, ଏବିଡ଼ିଓ ଗାୟତ୍ରୀ ପଣ୍ଡା ଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

Also Read

Tags