ଏକ ବଡ଼ ଧରଣର ଚଢାଉ କରି ୧୦୦ଟି ଗୋରୁକୁ ଉଦ୍ଧାର କରିଛି ଭଞ୍ଜନଗର ପୋଲିସ

Pradeep Kar

ଭଞ୍ଜନଗର, ୨୫/୬/୨୦୨୬ : ଭଞ୍ଜନଗର ପୋଲିସ ବେଆଇନ ଗୋରୁ ଚାଲାଣ ବିରୋଧରେ ଏକ ବଡ଼ ଧରଣର ଚଢାଉ କରି ୧୦୦ଟି ଗୋରୁକୁ ଉଦ୍ଧାର କରିଛି। ଚଢ଼ାଉ ସମୟରେ ଗୋରୁ ବୋଝେଇ ଗାଡ଼ିକୁ ଅଟକାଇ ଗୋରୁଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।ଏହି ଘଟଣାରେ ଭଞ୍ଜନଗର ଥାନା ମାମଲା ନଂ-୬୧୭/୨୦୨୬ ରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୦୩(୨), ୨୯୧ ଓ ୩(୫) ଅନୁଯାୟୀ ମାମଲା ରୁଜୁ କରାଯାଇଛି।ଏହି ଚୋରାଚାଲାଣରେ ଅଭିଯୁକ୍ତ ଲକ୍ଷ୍ମଣ ଗୌଡ଼, ପ୍ରକାଶ ନାୟକ, ବୁଦ୍ଧଦେବ ପ୍ରଧାନ ଏବଂ ଗଣେଶ ନାୟକଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି।ଉଦ୍ଧାର ହୋଇଥିବା ଗୋରୁଗୁଡ଼ିକୁ ସୁରକ୍ଷିତ ରଖାଯାଇଥିବାବେଳେ ଆଇନ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି।ଗଞ୍ଜାମ ପୋଲିସ ବେଆଇନ ଗୋରୁ ଚାଲାଣ ରୋକିବା ପାଇଁ ପ୍ରତିବଦ୍ଧ ଏବଂ ଏଭଳି ଅପରାଧରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ ।

Also Read

Tags